ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ପିନାକି ଚନ୍ଦ୍ର ଘୋଷ ହେବେ ଭାରତର ପ୍ରଥମ ଲୋକପାଳ

Published By : Prameya-News7 Bureau | March 17, 2019 IST

ନୂଆଦିଲ୍ଲୀ ୧୭|୩ : ଭାରତର ପ୍ରଥମ ଲୋକପାଳ ମନୋୟନ ଚୂଡାନ୍ତ ହୋଇଛି । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ପିନାକି ଚନ୍ଦ୍ର ଘୋଷ ହେବେ ଭାରତର ପ୍ରଥମ ଲୋକପାଳ । ଏନେଇ କାଲି ବିଧିବଦ୍ଧଭାବେ ଘୋଷଣା ହେବ । ଏଥିସହିତ ୮ ସଦସ୍ୟଙ୍କ ଚୟନ ଆସନ୍ତା ସପ୍ତାହ ସୁଦ୍ଧା ହେବ । ୨୦୧୪ରେ ଲୋକପାଳ ଆଇନ ପ୍ରଣୟନ କରାଯାଇଥିଲା । ହେଲେ ମୋଦି ସରକାର ଏଯାଏଁ କାହାରିକୁ ଲୋକପାଳଭାବେ ନିଯୁକ୍ତ କରିନଥିଲେ । 

ଏନେଇ ସୁପ୍ରିମକୋର୍ଟରେ ଏନଜିଓ କମନ କଜ୍ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା । ଏବେ ସଂଗଠନ ପାଇଁ ଓକିଲାତି କରୁଥିବା ପ୍ରଶାନ୍ତ ଭୂଷଣ ଲୋକପାଳ ନିଯୁକ୍ତି ପାଇଁ ଦାବି କରିଆସୁଥିଲେ । ମାର୍ଚ୍ଚ ୭ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠେ ଏହି ମାମଲାର ଶୁଣାଣି କରିଥିଲେ । ମୋଦି ସରକାର କେବେ ଲୋକପାଳ ପଦବୀ ପାଇଁ ପ୍ରାର୍ଥୀ ଚୟନ ଚୂଡାନ୍ତ କରିବେ ୧୫ ଦିନ ଭିତରେ କୋର୍ଟଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ ।

ବିଚାରପତି ପି ସି ଘୋଷ ଏବେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଅଛନ୍ତି। ୮ ମାର୍ଚ୍ଚ ୨୦୧୩ରୁ ୨୭ ମଇ ୨୦୧୭ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ବିଚାରପତି ଥିଲେ। ଏହା ପୂର୍ବରୁ ଜଷ୍ଟିସ ଘୋଷ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି, କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତିଭାବେ ଦାୟିତ୍ବ ତୁଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.