ଜେଏନୟୁର ପୂର୍ବତନ ଛାତ୍ରୀ ଶେହଲା ରଶିଦଙ୍କ ବିରୋଧରେ ବାପା ଲଗାଇଲେ ସଙ୍ଗୀନ ଆରୋପ, କହିଲେ- ଝିଅ ଦେଶ ବିରୋଧୀ ଗତିବିଧିରେ ସାମିଲ

Published By : Prameya-News7 Bureau | November 30, 2020 IST

ଶ୍ରୀନଗର ୩୦।୧୧: ଜାମ୍ମୁ-କାଶ୍ମୀରରେ ସୋମବାର ଯେଉଁ ମାମଲା ସାମ୍ନାକୁ ଆସିଛି, ଏହା ପରେ ରାଜନୈତିକ ଦଳ ମଧ୍ୟରେ ସରଗରମ ବଢି ଯାଇଛି। ଜେଏନୟୁର ପୂର୍ବତନ ଛାତ୍ରୀ ଶେହଲା ରଶିଦଙ୍କ ଉପରେ ତାଙ୍କ ବାପା ଦେଶଦ୍ରୋହ ଓ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିବା ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ ସେ ପୁଲିସ ମହା ନିର୍ଦ୍ଦେଶକଙ୍କୁ ଚିଠି ଲେଖି  ନିଜ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି। ସେହଲାଙ୍କ ବାପା କହିଛନ୍ତି, ତାଙ୍କୁ ସୁରକ୍ଷା ଦିଆଯାଉ। ଏହି ବିଷୟରେ ସମ୍ବନ୍ଧିତ ଥାନାକୁ ସୂଚନା ଦିଆଯାଉ, ଯଦ୍ଵାରା ତାଙ୍କର ଯେମିତି କୌଣସି କ୍ଷତି ନଘଟେ।

ଅବଦୁଲ ରଶିଦ ସୋମବାର ନିଜ ଝିଅ ବିରୋଧରେ ମାମଲା ରୁଜୁ କରି କହିଛନ୍ତି, ତାଙ୍କ ଝିଅଠୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କ ଝିଅ ଦେଶ ବିରୋଧୀ ଗତିବିଧିରେ ସାମିଲ। କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପତ୍ନୀ ଜୁବୈଦା ଶୌର, ବଡ ଝିଅ ଆସମା ରଶିଦ ଓ ଜଣେ ପୁଲିସ କର୍ମଚାରୀ ସାକିବ ଅହମ୍ମଦ ଶେହଲା ସହ ହାତ ମିଳାଇଛନ୍ତି।

ଅଭିଯୋଗକୁ ଖଣ୍ଡନ କଲେ ଶେହଲା

ଶେହଲା କହିଛନ୍ତି, ପରିବାରରେ ଏମିତି କରାଯାଏ ନାହିଁ, ଯାହା ମୋ ବାପା କରିଛନ୍ତି। ସେ ମୋ ସହିତ ମୋ ମା-ଭଉଣୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ଶେହଲା ଟ୍ଵିଟ୍ କରି କହିଛନ୍ତି ଯେ, ତାଙ୍କ ବାପା ପତ୍ନୀଙ୍କୁ ପିଟୁଥିବା ଏବଂ ଅଶ୍ଳୀଳ ଭାଷାରେ ଗାଳି କରୁଥିବା ଏକ ମନ୍ଦ ବ୍ୟକ୍ତି। ଆମ ପ୍ରତି ମନ୍ଦ ଉଦ୍ଦେଶ୍ୟ ରଖି ସେ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.