Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

୬୫ ବର୍ଷ ବୟସରେ ଦ୍ଵିତୀୟ ବିବାହ କଲେ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ, ଲଣ୍ଡନରେ ବାହାଘର…

29/10/2020 at 4:36 PM

ନୂଆଦିଲ୍ଲୀ ୨୯।୧୦: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ହରିଶ ସାଲଭେ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬୫ ବର୍ଷୀୟ ହରିଶ ସାଲଭେ ନିଜର ବ୍ରିଟିଶ ମହିଳା ବନ୍ଧୁ କାରୋଲିନ ବ୍ରସର୍ଡଙ୍କୁ ଅକ୍ଟୋବର ୨୮ରେ ବିବାହ କରିଛନ୍ତି। ଏହି ବିବାହ ସମାରୋହ ଖ୍ରୀଷ୍ଟିୟାନ ରୀତି ନୀତିରେ ସଂପନ୍ନ ହୋଇଛି। ବିବାହର ଫଟୋ ଏବେ ସାମ୍ନାକୁ ଆସିଛି।

ସାଲଭେ ଚଳିତ ବର୍ଷ ଆରମ୍ଭରେ ୩୮ ବର୍ଷ ପର୍ଯ୍ୟନ୍ତ ଜୀବନସାଥୀ ରହିଥିବା ମୀନାକ୍ଷୀ ସାଲଭେଙ୍କଠୁ ତଲାକ ନେଇଥିଲେ।  ହରିଶ ସାଲଭେ ଓ ମୀନାକ୍ଷୀଙ୍କ ଦୁଇ ଝିଅ ଅଛନ୍ତି। ବଡ ଝିଅଙ୍କ ନାମ ସାକ୍ଷୀ ଓ ସାନ ଝିଅଙ୍କ ନାମ ସାନିଆ। ସାଲଭେ ଓ କାରୋଲିନ ଉଭୟଙ୍କ ପୂର୍ବ ବିବାହରେ ସନ୍ତାନ ମଧ୍ୟ ଅଛନ୍ତି।

୫୬ ବର୍ଷ ବୟସ କାରୋଲିନ ପେଶାରେ ଜଣେ କଳାକାର ଏବଂ ତାଙ୍କର ଗୋଟିଏ ଝିଅ ଅଛନ୍ତି। କାରୋଲିନଙ୍କ ସହିତ ସାଲଭେଙ୍କ ସାକ୍ଷାତ ଏକ ପ୍ରଦର୍ଶନୀ ସମୟରେ ଭେଟ ହୋଇଥିଲା। ଧିରେ ଧିରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଲଭେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିୟାନ ଧର୍ମ ଆପଣେଇଛନ୍ତି।

ସାଲଭେ ମହାରାଷ୍ଟ୍ରର ନାଗପୁରରେ ବଢିଛନ୍ତି। ଉଲ୍ଲେଖନୀୟ ପ୍ରଧାନ ବିଚାରପତି ଅରବିନ୍ଦ ବୋବଡେ ଓ ହରିଶା ସାଲଭେ ଗୋଟିଏ ସ୍କୁଲରେ ପଢିଛନ୍ତି। ଉଭୟ ନାଗପୁର ସହରରେ ପଢିଥିଲେ। ସାଲଭେଙ୍କ ବାପା ଏନକେପି ସାଲଭେ ଚାର୍ଟର୍ଡ ଆକାଉଣ୍ଟାଟ୍ ଥିଲେ ଏବଂ କଂଗ୍ରେସର ସଦସ୍ୟ ମଧ୍ୟ  ଥିଲେ।

୧୯୭୬ରେ ରହିଶ ସାଲଭେ ଦିଲ୍ଲୀ ଆସିଲେ ଏବଂ ସିନିୟର ଆଡଭୋକେଟ୍ ରହିଥିଲେ। ୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ସେ ସଲିସିଟର ଜେନେରାଲ ରହିଥିଲେ। ୨୦୦୩ରେ ସାଲଭେ ଅନ୍ତରାଷ୍ଟ୍ରୀୟ ମାମଲାରେ ଓକିଲାତି ଆରମ୍ଭ କରିଥିଲେ। ଏହା ପରେ ଲଣ୍ଡନରେ ନିୟମିତ ରହିବାକୁ ଲାଗିଲେ। ସେଠାରେ ୨୦୧୩ରେ ଇଂଗ୍ଲିଶ ବାରରେ ନିଯୁକ୍ତ ହୋଇଥିଲେ। ଚଳିତ ବର୍ଷ ଜାନୁଆରୀରେ ସେ କ୍ଵିନ୍ସ କାଉନସିଲରେ ନିଯୁକ୍ତ ହୋଇଛନ୍ତି।

   Related Posts