Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଚର୍ଚ୍ଚାରେ ପୂର୍ବତନ SIT ମୁଖ୍ୟ ଆର.କେ.ରାଘବନଙ୍କ ନୂଆ ପୁସ୍ତକ, ଜାଣନ୍ତୁ ଗୁଜରାଟ ଦଙ୍ଗା ଓ ମୋଦିଙ୍କ ସମ୍ପର୍କରେ ଲେଖିଛନ୍ତି କ’ଣ?

26/10/2020 at 10:49 PM

ନୂଆଦିଲ୍ଲୀ ୨୬।୧୦:  ଗୁଜରାଟ ଦଙ୍ଗାର ତଦନ୍ତ ଲାଗି ଗଠିତ ଏସଆଇଟିର ତତ୍କାଳୀନ ମୁଖ୍ୟ ଆର.କେ.ରାଘବନ ନୂଆ ପୁସ୍ତକ  ଏବେ ଚର୍ଚ୍ଚାରେ । ଯେଉଁଥିରେ ସେ ୨୦୦୨ ଦଙ୍ଗା ତଦନ୍ତ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ରାଘବନ ତାଙ୍କ ପୁସ୍ତକକୁ ‘ଏ ରୋଡ ୱେଲ ଟ୍ରାଭେଲଡ୍’ ନାମକରଣ କରିଛନ୍ତି।

ଗୁଜରାଟ ଦଙ୍ଗା ମାମଲାର ଯାଞ୍ଚ ଲାଗି ସୁପ୍ରିମକୋର୍ଟ ଏସଆଇଟି ଗଠନ କରିଥିବା ବେଳେ ରାଘବନଙ୍କୁ ଏହାର ମୁଖ୍ୟ ନିଯୁକ୍ତ କରିଥିଲେ। ତେବେ ଗୁଜରାଟ ଦଙ୍ଗା ଯାଞ୍ଚ ପୂର୍ବରୁ ରାଘବନ ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟ ଅବସ୍ଥାପିତ ଥିଲେ। ପୁସ୍ତକରେ ରାଘବନ ଦଙ୍ଗା ମାମଲାର ପଚରା ଉଚରା ଲାଗି ମୋଦିଙ୍କୁ ଗାନ୍ଧି ନଗର ଏସଆଇଟି କାର୍ଯ୍ୟାଳୟକୁ ଡକାଇବାରୁ ସେ ସହଜରେ ରାଜି ହୋଇଯାଇଥିଲେ ବୋଲି ଏ ରୋଡ ୱେଲ ଟ୍ରାଭେଲଡ୍‌ର ଗୁଜରାଟ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି।

ଏହି ପଚରା ଉଚରା ଲାଗି ମୋଦି ତାଙ୍କ ପାଣି ବୋତଲ ସାଙ୍ଗରେ ନେଇ ଆସିଥିବା ବେଳେ ତାଙ୍କୁ ଦୀର୍ଘ ୯ ଘଣ୍ଟାକାଳ ଅବିରତ ପଚରା ଉଚରା କରାଯାଇଥିଲା। ହେଲେ ମୋଦି ଏଥିରେ ସାମାନ୍ୟ ହତାସ ବି ହୋଇନଥିଲେ। ତାଙ୍କୁ ପଚରା ଉଚରା ସମୟରେ ଏସଆଇଟି ପକ୍ଷରୁ ଚା ଦିଆଯାଇଥିଲା। ହେଲେ ସେ ତାହାବି ପିଇନଥିଲେ। ମାମଲାର ପଚରା ଉଚରା ଲାଗି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଷ୍ପକ୍ଷ ତଦନ୍ତ ଲାଗି ମୋଦିଙ୍କୁ ଏସଆଇଟି କାର୍ଯ୍ୟାଳୟ ଆସିବା ଜରୁରି ବୋଲି କୁହାଯାଇଥିଲା। ଏତିକି କଥାରେ ମୋଦି ଏସଆଇଟିରେ ହାଜର ହେବାକୁ ରାଜି ହୋଇଯାଇଥିଲେ।

ତେବେ ମୋଦିଙ୍କୁ ପଚରା ଉଚରା ଲାଗି ଏସଆଇଟିଙ୍କ କାର୍ଯ୍ୟାଳୟକୁ ଡକାଇବାର ନିଷ୍ପତ୍ତି ତାମିଲନଡୁ କ୍ୟାଡର ଆଇପିଏସ୍ ଅଫିସର ରାଘବନଙ୍କର ବ୍ୟକ୍ତିଗତ ଥିଲା।  ହେଲେ ସବୁଠାରୁ ଯାହା ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ତାହା ହେଉଛି ମୋଦି କୌଣସି ପ୍ରଶ୍ନକୁ ଏଡାଇ ନଥିଲେ। ଏସଆଇଟିଙ୍କ ପ୍ରତିଟି ପ୍ରଶ୍ନର ସେ ଯଥାସମ୍ଭବ ଓ ଯାହା ଜାଣିଥିଲେ ସେହି ଉତ୍ତର ରଖିଥିଲେ। ଦୀର୍ଘ ୯ ଘଣ୍ଟା କାଳ ପଚରା ଉଚରା ହୋଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଏଥିରେ ସାମାନ୍ୟତମ ପ୍ରତିକ୍ରିୟା ପ୍ରକାସ କରିନଥିଲେ। ବିଳମ୍ବିତ ରାତ୍ରିରେ ପଚରାଉଚରା ସରିବା ପର୍ଯ୍ୟନ୍ତ ମୋଦି ସମ୍ପୂର୍ଣ୍ଣ ଶାନ୍ତ ଓ ସଂଜତ ଥିଲେ ବୋଲି ତାଙ୍କୁ ଦୀର୍ଘ ପଚରା ଉଚରା କରିଥିବା ତଦନ୍ତକାରୀ ଅଧିକାରୀ ଅଶୋକ ମଲହୋତ୍ରା ତାଙ୍କୁ କହିଥିଲେ ବୋଲି ରାଘବନ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ପଚରାଉଚରା ମଝିରେ ମଲହୋତ୍ରା ତାଙ୍କୁ ମଧ୍ୟାହ୍ନ ଭୋଜନ ବିରତିରେ ଯିବେ କି ବୋଲି ପଚାରିଥିଲେ। ହେଲେ ସେ ଏସଆଇଟିଙ୍କ ଏହି ପ୍ରସ୍ତାବକୁ ଏଡାଇ ଦେଇଥିଲେ। ସାଙ୍ଗରେ ଆଣିଥିବା ପାଣି ବୋତଲରୁ ମଝିରେ ମଝିରେ ପାଣି ପିଉଥିଲେ। ପଚରା ଉଚରାରେ ମୋଦିଙ୍କୁ ଛୋଟ ବିରତି ନେବା ପାଇଁ ଅନୁରୋଧ କରାଯାଇଥିଲା। ହେଲେ ଏଥିପାଇଁ ମଧ୍ୟ ସେ ରାଜି ନଥିଲେ। ତେବେ ତାଙ୍କୁ ଅନୁନୟ ଅନୁରୋଧ କରାଯିବା ପରେ ସେ ସହମତ ହୋଇଥିଲେ।

ମୋଦିଙ୍କ ଉର୍ଜା ସ୍ତରକୁ ନେଇ ପୁସ୍ତକରେ ରାଘବନ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ମୋଦି ଯଦିଓ ଛୋଟ ବ୍ରେକ୍ ଲାଗି ରାଜି ହୋଇଥିଲେ ତାହା ତାଙ୍କଲାଗି ନୁହେଁ ମଲହୋତ୍ରାଙ୍କ ଲାଗି ବୋଲି ରାଘବନ ଉଲ୍ଲେଖ କରିଛନ୍ତି। ୨୦୧୨ ମସିହାରେ ଏସଆଇଟି ଏକ କ୍ଲୋଜର ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ମୋଦି ଓ ଅନ୍ୟ ୬୩ ଜଣଙ୍କୁ ମାମଲାରେ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲା। ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ତଦନ୍ତର ମୁଖ୍ୟ ଦିଗନ୍ତ ଥିଲା। ତେବେ ମୋଦିଙ୍କ ବିରୋଧରେ କୌଣସି ସାକ୍ଷ ଅଥବା ପ୍ରମାଣ ନଥିଲା। ଏଣୁ ମାମଲାରେ ଏସଆଇଟିଙ୍କ ରିପୋର୍ଟ ସ୍ପଷ୍ଟ ଥିଲା। ଯାହା ସେତେବେଳେ ମୋଦି ବିରୋଧିଙ୍କ ଲାଗି ଅଋଚିକର ହୋଇଥିଲା।  

ଏଣୁ ମୋ ବିରୋଧରେ ମଧ୍ୟ ମୋଦିଙ୍କ ପକ୍ଷନେଇଥିବାର ଅଭିଯୋଗ ଉଠିବା ସହ ପିଟିସନ ମଧ୍ୟ ଦାଖଲ ହୋଇଥିଲା। ମାମଲାରେ ପ୍ରଥମେ ପ୍ରଥମେ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିଲା। କ୍ରମେ ଅଭିଯୋଗକାରୀମାନେ ଖୋଲାଖୋଲି କହିବାକୁ ଲାଗିଥିଲେ। ଶେଷରେ ସେଇଆ ହୋଇଥିଲା ଅଭିଯୋଗ ପ୍ରମାଣିତ ହୋଇ ନ ପାରିବାରୁ ସମସ୍ତେ ବାଧ୍ୟ ହୋଇ ଚୁପ ରହିଥିଲେ। ତେବେ ରାଘବନ କାହାର ନାମ ନ ନେଇ ସେତେବେଳେ ଦିଲ୍ଲୀରେ ଉଚ୍ଚ ପଦପଦବୀରେ ଥିବା ଲୋକେ ତାଙ୍କ ବିରୋଧିଙ୍କୁ ଉସକାଉଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ରାଘବନ ୨୦୦୮ ପ୍ରାରମ୍ଭରେ ଏସଆଇଟି ନିଯୁକ୍ତ ହୋଇଥିଲେ। ୩୦ ଏପ୍ରିଲ ୨୦୧୭ ପର୍ଯ୍ୟନ୍ତ ୯ ବର୍ଷ ଧରି ଏହି ପଦବୀରେ ଅବସ୍ଥାପିତ ଥିଲେ।

   Related Posts