Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୂର୍ବତନ ଭାରତୀୟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ଦେହାନ୍ତ

16/05/2021 at 1:56 PM

ନୂଆଦିଲ୍ଲୀ ୧୬/୫: ପୁଣି କରୋନା ନେଲା ଜୀବନ । ମହାମାରୀ ଅନେକ ଲୋକଙ୍କୁ ନିଜ ପ୍ରିୟଜନଙ୍କଠାରୁ ଅଲଗା କରିଦେଉଛି। ବର୍ତ୍ତମାନ କ୍ରୀଡା ଜଗତରୁ ଘୋଟିଛି ଦୁଃଖର ପାହାଡ । ପରଲୋକରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜା । କରୋନା ସହ ଲଢେଇ କରି କରି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କ ମୃତ୍ୟୁ ଫଳରେ ଭାରତୀୟ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପୂର୍ବତନ ସୌରାଷ୍ଟ୍ରର ଦ୍ରୁତ ବୋଲର ତଥା କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ରେଫରି ରାଜେନ୍ଦ୍ର ସିଂ ଜାଡେଜା କୋଭିଡ -19 ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛନ୍ତି । ଏକ ବିବୃତ୍ତିରେ କୁହଯାଇଛି ଯେ ସୌରାଷ୍ଟ୍ରର ଅତୀତର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟର ରାଜେନ୍ଦ୍ର ସିଂ ଜାଡେଜାଙ୍କ ଅକାଳ ବିୟୋଗରେ ଏସସିଏର ସମସ୍ତେ ଦୁଃଖିତ । ଦ୍ରୁତ ବୋଲର ହେବା ବ୍ୟତୀତ ଜାଡେଜା ଜଣେ ଭଲ ଅଲରାଉଣ୍ଡର ଥିଲେ ।

   Related Posts