ପୂର୍ବତନ ସରପଞ୍ଚଙ୍କ ଦାଦାଗିରି, ବିବାହ ପାଇଁ ଆସିଥିବା ପୂଜକଙ୍କ ମୁଣ୍ଡ ଜାମିନ୍ ରଖି ହେଲେ ଗିରଫ

Published By : Prameya-News7 Bureau | July 13, 2019 IST

ଡେଲାଙ୍ଗ ୧୩|୭: ମୁଣ୍ଡ ଜାମିନ ବାହାଘର । ଡେଲାଙ୍ଗ ପୂର୍ବତନ ସରପଞ୍ଚ ବିବାହ ପାଇଁ ଆସିଥିବା ପୂଜକଙ୍କ ମୁଣ୍ଡ ଜାମିନ୍ ରଖି ଗିରଫ ହୋଇଛନ୍ତି । ଜେନାପୁରରେ ବରଯାତ୍ରୀଙ୍କ ସହ ପାଟିତୁଣ୍ଡରୁ ପୂର୍ବତନ ସରପଞ୍ଚ ଏଭଳି ଏକ ଅଭାବନୀୟ କାଣ୍ଡ ଘଟାଇଥିଲେ ।

{"id":133198}

ନିଜ ସମର୍ଥକଙ୍କୁ ଲଗାଇ ବରଯାତ୍ରୀଙ୍କ ଗାଡିକୁ ଅଟକାଇ ରଖିବା ସହିତ ପୂଜକଙ୍କ ମୁଣ୍ଡ ଜାମିନ୍ ରଖିଥିଲେ । ଅଭିଯୋଗ ପାଇ ପୋଲିସ ପୂର୍ବତନ ସରପଞ୍ଚ ପ୍ରତାପ ସ୍ବାଇଁଙ୍କୁ ଗିରଫ କରିଛି । ପ୍ରତାପ ସ୍ବାଇଁଙ୍କ ଏଭଳି ଦାଦାଗିରି ତଥା ନିଜର ଦବଦବାକୁ ଦେଖାଇ ହେବା ତାଙ୍କ ପାଇଁ ବର୍ତ୍ତମାନ କାଳ ହୋଇଛି । ପ୍ରତାପଙ୍କ ବେଆଇନ କରତକଳକୁ ମଧ୍ୟ ଜଙ୍ଗଲ ବିଭାଗ ପୋଲିସ ସହାୟତାରେ ସିଜ୍ କରିଛି ।

{"id":133199}

ପୂଜକ ମୁକ୍ତ ହେବା ପରେ ୧୨ତାରିଖରେ ବର-କନ୍ୟାଙ୍କ ବାହାଘର ହୋଇଥିଲା । ଏ ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.