କରୋନାରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

Published By : Prameya-News7 Bureau | April 07, 2021 IST

ଆସିକା, ୦୭/୦୪: ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ସାହାସପୁର ଗ୍ରାମର ପୂର୍ବତନ ସରପଞ୍ଚ ନିଳାଞ୍ଚଳ ବେହେରାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁଜରାଟ ସହରର କିରଣ ହସପିଟାଲରେ ଗତ ଶୁକ୍ରବାର ସଂଧ୍ୟା ୬ଟାରେ ସେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସେ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ ।

ଚିକିତ୍ସିତ ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ବୁଧବାର ସକାଳ ପ୍ରାୟ ୯.୪୫ ମିନିଟରେ ସେ ମୃତ୍ୟୁବରଣ କରିଥିବା ନିଳାଞ୍ଚଳଙ୍କ ପୁଅ ଦିନେଶ ରଞ୍ଜନ ବେହେରା ଓରଫ ରାଜା ଵେହେରା ସୂଚନା ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ସାହସପୁର ଗ୍ରାମର ପୁର୍ଵତନ ସରପଞ୍ଚ  ନିଳାଞ୍ଚଳ ବେହେରା ଦିର୍ଘ ବର୍ଷ ଧରି ସୁରତ ସହରର ଡାଇମଣ୍ଡ ନଗରରେ ବୟନଶିଳ୍ପରେ ଜଣେ ଦକ୍ଷ କାରିଗର ରୂପେ କାର୍ଯ୍ୟ କରୁଥିଲେ । ସେ ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ସାହାସପୁର ଗ୍ରାମରେ ୨୦୦୨ ମସିହାରେ କଂଗ୍ରେସ ସମର୍ଥିତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେ ପଞ୍ଚାୟତରେ ଵହୁ ଜନହିତକର କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ସେ, ତାଙ୍କ ସ୍ତ୍ରୀ ସଵିତା ଵେହେରା, ପୁଅ ଦିନେଶ ରଞ୍ଜନ ବେହେରା ଓ ଝିଅ ଡିମ୍ପଲ ବେହେରା ସହ ସୁରତର ଖଡସାଦ ଗାଁ କ୍ରିଷ୍ଣା ବଙ୍ଗଳାରେ ରହୁଥିଲେ । ସେଠାରେ ସେ ହରେକ୍ରିଷ୍ଣା ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ଼ରେ ଜଣେ ଦକ୍ଷ ଡାଇମଣ୍ଡ କାରଗର ଥିଲେ ।

ସୁରତରେ ରହିବା ସହ ଓଡ଼ିଆ ଲୋକଙ୍କ କଥା ବୁଝାବୁଝି କରୁଥିଲେ । ବିଶେଷ କରି ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ଓଡ଼ିଆ ଲୋକଙ୍କ ବିଦ୍ୟାଳୟ ଓ ମନ୍ଦିର କମିଟିର ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ଆସିକା ସାହାସପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.