ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ! ପାଣି ଫ୍ୟାକ୍ଟ୍ରି ନିକଟରୁ ଠାବ ହେଲା ମୃତଦେହ

Published By : Prameya-News7 Bureau | November 05, 2021 IST

ବ୍ରହ୍ମପୁର ୫।୧୧: ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର ହୋଇଛି ।  ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଠାର ହୋଇଛି । ମୃତକ ହେଲେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ । ତେବେ ପ୍ରଦୀପଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । କିଛି ଦିନ ପୂର୍ବରୁ ପ୍ରଦୀପ ଜେଲ୍ ରୁ ମୁକୁଳିଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.