ରିଅଲ୍ ମାଡ୍ରିଡ୍ ଫୁଟବଲ୍ କ୍ଲବ୍‌ର ପୂର୍ବତନ ସଭାପତି ଲୋରେଞ୍ଜୋ ସାଞ୍ଜଙ୍କ ପରଲୋକ, କରୋନା ଭାଇରସ୍‌ରେ ଥିଲେ ଆକ୍ରାନ୍ତ

Published By : Prameya-News7 Bureau | March 22, 2020 IST

ମାଡ୍ରିଡ ୨୨।୩: କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଫୁଟବଲ କ୍ଲବ୍ ରିଅଲ ମାଡ୍ରିଡର ପୂର୍ବତନ ସଭାପତି ଲୋରେଞ୍ଜୋ ସାଞ୍ଜଙ୍କ ୭୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ସାଞ୍ଜ ୧୯୯୫-୨୦୦୦ରୁ ସ୍ପେନିସ ଜେଣ୍ଟ ଦାୟିତ୍ବରେ ଥିବାବେଳେ ଦୁଇଟି ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ହାସଲ କରିଥିଲେ |

ପୂର୍ବତନ ସଭାପତି ଲୋରେଞ୍ଜୋ ସାଞ୍ଜଙ୍କ ପୁଅ ଲୋରେଞ୍ଜୋ ସାଞ୍ଜ ଜୁନିଅର ଟ୍ବିଟ୍ କରି ଲେଖିଛନ୍ତି ଯେ, “ମୋ ବାପାଙ୍କର ଯେଉଁଭଳି ଦେହାନ୍ତ ହୋଇଛି ସେଥିପାଇଁ ସେ ଯୋଗ୍ୟ ନଥିଲେ ।  ମୁଁ ଦେଖିଥିବା ସର୍ବୋତ୍ତମ, ସାହସୀ ଏବଂ ପରିଶ୍ରମୀ ଲୋକମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ | ତାଙ୍କ ପରିବାର ଏବଂ ରିଅଲ ମାଡ୍ରିଡ ତାଙ୍କ ପାଇଁ ଗର୍ବ କରୁଥିଲା। ”

୩ ଦିନ ପୂର୍ବେ ପୂର୍ବତନ ବାସ୍କେଟବଲ ଖେଳାଳି ସାଞ୍ଜୁ ଜୁନିଅର କହିଥିଲେ ଯେ, କରୋନା ଭାଇରସର ଲକ୍ଷଣ ଭୋଗିବା ପରେ ତାଙ୍କ ବାପା ମାଡ୍ରିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ସ୍ପେନ୍ ର ୧୩୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

୮୦ଦଶକର ମଧ୍ୟଭାଗରେ ରାମନ୍ ମେଣ୍ଡୋଜା ସଭାପତି ଥିବାବେଳେ ସାଞ୍ଜ ରିଅଲ ମାଡ୍ରିଡ ବୋର୍ଡରେ ସ୍ଥାନ ପାଇଥିଲେ । ସେ ୧୯୯୫ରେ ମେଣ୍ଡୋଜାଙ୍କ ବଦଳରେ ସଭାପତି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.