ପୁଲୱାମା ହମଲା ବିଜେପି ପାଇଁ ଉପହାର ଥିଲା ବୋଲି କହିଲେ ଭାରତର ପୂର୍ବତନ ଗୁଇନ୍ଦା ଅଧିକାରୀ
31/03/2019 at 5:40 PM

ହାଇଦ୍ରାବାଦ ୩୧/୩ : ଭାରତର ପୂର୍ବତନ ଗୁଇନ୍ଦା ଅଧିକାରୀ ଏ.ଏସ. ଦୁଲତ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ହୋଇଥିବା ଆତ୍ମଘାତୀ ହମଲା ବିଜେପି ପାଇଁ ନିର୍ବାଚନ ପୂର୍ବର ଏକ ଉପହାର | ଗତକାଲି ହାଇଦ୍ରାବାଦରେ ଭାରତୀୟ ଆର୍ଥିକ ବ୍ୟବସାୟିକ ସଂଗଠନ ଦ୍ୱାରା ଆୟୋଜିତ ଅରବ ପୁରସ୍କାର ୨୦୧୯ରେ ଅବସରରେ କହିଥିଲେ |
ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଦୁଲତ କହିଥିଲେ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ପୁଲୱାମା ହମଲା ବିଜେପି ପାଇଁ ଏକ ଉପହାର | ପାକିସ୍ତାନରେ ଥିବା ଆତଙ୍କୀ ଶିବିରକୁ ଧ୍ବଂସ କରିବା ଅଧିକାର ଦେଶ ପାଖରେ ଅଛି | ପାକିସ୍ତାନରେ ଯାଇ ସର୍ଜିକାଲ ଷ୍ଟ୍ରାଇକ କରିବା ନିଷ୍ପତ୍ତି ଠିକ ଥିଲା |