ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୧୮ ଦିନ ଧରି ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧/୧୦ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏ ନେଇ ମନମୋହନଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ରବିବାର ସନ୍ଧ୍ୟା ୫.୨୦ରେ ଡିସଚାର୍ଜ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

PM Narendra Modi wishes Manmohan Singh a 'speedy recovery', Mansukh  Mandviya visits former PM at AIIMS ​​​​​​​ | India News | Zee News

ଗତ ଅକ୍ଟୋବର ୧୩ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲେ ୮୯ ବର୍ଷୀୟ ମନମୋହନ । ଜ୍ବର ଏବଂ ଦୁର୍ବଳ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୮ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ରବିବାର ତାଙ୍କୁ ଡିସଚାର୍ଜ କରାଯାଇଛି । ଓଡିଆ ଡାକ୍ତର ନୀତିଶ ନାଏକଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ଡକ୍ଟର ନାଏକ କାର୍ଡିଓଲୋଜି ବିଭାଗରେ ବହୁ ବର୍ଷ ଧରି କାର୍ଯ୍ୟ କରିବାର ଦକ୍ଷତା ରଖିଛନ୍ତି । ସେ ବିଗତ ଦିନରେ ଅନେକ ଦିନ ଧରି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଚିକିତ୍ସକ ରହିସାରିଛନ୍ତି ।

Manmohan Singh's health improving: AIIMS

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.