ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ : ସହଜ ନଥିଲା ସାମ୍ବାଦିକରୁ ରାଜନେତା ହେବା, ଏହି ଘଟଣା ବଦଳାଇଦେଇଥିଲା ଜୀବନର ପଥ

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫।୧୨ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଡିସେମ୍ବର ୧୯୨୪ରେ ବାଜପେୟୀଙ୍କ ଜନ୍ମ ଗ୍ୱାଲିୟରରେ ହୋଇଥିଲା । ସେ ତିନିଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୯୬ ମସିହାରେ ପ୍ରଥମ ଥର ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ଏଠାରେ ତାଙ୍କ କାର୍ଯ୍ୟକାଳ ମାତ୍ର ୧୩ଦିନର ଥିଲା । ଏହାପରେ ତାଙ୍କର ୨ୟ କାର୍ଯ୍ୟକାଳ ୧୩ ମାସର ରହିଥିଲା । କିନ୍ତୁ ଯେତେବେଳେ ୧୯୯୯ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତବ ହେଲେ, ଏଥର ତାଙ୍କର କାର୍ଯ୍ୟକାଳ ପୁରା କହିଥିଲେ । ମାନେ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଅଟଳ ବିହାରୀ ବାଜପେୟୀ ରାଜନେତା ପୂର୍ବରୁ ଜଣେ ସାମ୍ବାଦିକ ଥିଲେ । ଦେଶ ଓ ସମାଜ ପାଇଁ କିଛି କରିବା ନିଶା ତାଙ୍କ ମୁଣ୍ଡରେ ଥିଲେ । ତେବେ ଅଟଳ ବିହାରୀ ବାଜପେୟୀ ରାଜନୀତିକୁ କିପରି ଆସିଲେ, ଏହା ପଛରେ ଏକ ପ୍ରେରଣାଦାୟକ କାହାଣୀ ମଧ୍ୟ ଅଛି ।  

{"id":382393,"sizeSlug":"large","linkDestination":"none"}

ଜଣେ ସ୍କୁଲ ଶିକ୍ଷକଙ୍କ ଘରେ ଜନ୍ମ ହୋଇଥିବା ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ଆରମ୍ବ ଏତଟା ସହଜ ନଥିଲା ।  ୨୫ ଡିସେମ୍ବର ୧୯୨୪ରେ ଗ୍ୱାଲିୟର ଏକ ମଧ୍ୟମଧରଣର ପରିବାରରେ ବାଜେପୀୟଙ୍କ ଜନ୍ମ । ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ୱାଲିୟରର ଭିକ୍ଟୋରିଆ (ଏବେ ଲକ୍ଷ୍ମୀବାଇ ) କଲେଜ ଏବଂ କାନପୁର ଡିଏଭି କଲେଜରେ ହୋଇଥିଲା । ବାଜପେୟୀ ରାଜନୀତି ବିଜ୍ଞାନରେ ସ୍ନାତକୋତର ହାସଲ କରିବା ପରେ ସାମ୍ବାଦିକତା କରିବାକୁ ଇଛା କରିଥିଲେ । ସାମ୍ବାଦିକତାରେ ନିଜର ଭବିଷ୍ୟତ ଆରମ୍ଭ କରିଥିଲେ । ସେ ରାଷ୍ଟ୍ରଧର୍ମ, ପାଞ୍ଚଜନ୍ୟ, ବୀର ଅର୍ଜୁନ ପରି କାଗଜପତ୍ରରେ କାର୍ଯ୍ୟ କରିଥିଲେ । ସେହିପରି ତାଙ୍କ ଛୋଟ ବେଳ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଦିନ ଗଡିବା ସହ ସେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସହିତ ଅଧିକ ଘନିଷ୍ଠ ହୋଇଚାଲିଲେ । ତେବେ ସେ କିପରି ସାମ୍ବାଦିକା କ୍ଷେତ୍ରରୁ ରାଜନୀତକୁ ଆସିଲେ , ଆସନ୍ତା ଜାଣିବା କଣ କହିଥିଲେ ବାଜପେୟୀ…

{"id":382394,"sizeSlug":"large","linkDestination":"none"}

ଏକ ସାକ୍ଷାତକାରରେ ବାଜପେୟୀ କହିଥିଲେ ଯେ, ସାମ୍ବାଦିକ ଭାବେ ମୁଁ ନିଜର ଦାୟିତ୍ୱ କରିଚାଲିଥିଲି । ୧୯୫୩ ମସିହାରେ ଭାରତୀୟ ଜନସଂଘର ନେତା ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀ କାଶ୍ମୀରକୁ ବିଶେଷ ଅଧିକାର ଦେବାକୁ ବିରୋଧ କରୁଥିଲେ । ଜାମ୍ମୁ-କାଶ୍ମୀରରେ ଲାଗୁ ପରମିଟ ସିଷ୍ଟମକୁ ବିରୋଧ କରି ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀ ଶ୍ରୀନଗର ଚାଲିଯାଇଥିଲେ । ତେବେ ସେ ପରିମଟ ସିଷ୍ଟମ ମୁତାବିକ, କୌଣସି ବି ଭାରତୀୟଙ୍କ ଜାମ୍ମପ-କାଶ୍ମୀର ରାଜ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ନଥିଲେ । ଅନ୍ୟ ରାଜ୍ୟର ଲୋକେ ଯଦି ଜାମ୍ମୁ-କାଶ୍ମୀରରେ ପ୍ରବେଶ କରନ୍ତି, ତେବେ ତାଙ୍କ ସହ ପରିଚୟ ପତ୍ର ନେବା ଜରୁରୀ ଥିଲେ । ଯାହାକୁ ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀ ବିରୋଧ କରୁଥିଲେ । ରାଜ୍ୟରେ ଲାଗୁ ହୋଇଥିବା ସେହି ନିୟମ ବେଖାତିର କରି ଶ୍ରୀନଗରରେ ପହଞ୍ଚିଥିଲେ । କିନ୍ତୁ ମୁଁ ଜଣେ ସାମ୍ବାଦିକ ହିସାବରେ ଖବର ସଂଗ୍ରହ କରିବାକୁ ଯାଇଥିଲି । ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀଙ୍କ ବାଜପେୟୀ ମଧ୍ୟ ଥିଲେ । କିନ୍ତୁ ସେହି ସମୟରେ ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲେ , ଏବଂ ଆମକୁ ଫେରିଯିବାକୁ କୁହାଯାଇଥିଲା ।

{"id":382395,"width":565,"height":424,"sizeSlug":"large","linkDestination":"none"}

ତେବେ ଗିରଫ ହେବା ପୂର୍ବରୁ ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀ ମୋତେ କହିଥିଲେ ଯେ, ବାଜପେୟୀ ତୁମେ ଯାଅ ଏବଂ ସାରା ଦୁନିଆକୁ କାଶ୍ମୀର ବିଷୟରେ କହିବ । କିପରି ମୁଁ ବିନା ପରମିଟରେ କାଶ୍ମୀର ଆସିଯାଇଛି । କିନ୍ତୁ ଏହି ଘଟଣାର କିଛି ଦିନ ପରେ ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀଙ୍କୁ ନଜରବନ୍ଦୀ କରାଯାଇଥିଲା । ଅତ୍ୟଧିକ ଦେହ ଖରାପ ଲାଗି ତାଙ୍କର ଶେଷରେ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାଟି ବାଜପେୟୀଙ୍କୁ ଖୁବ୍‌ ଦୁଃଖ ଦେଇଥିଲା । ଏହାପରେ ମୋତ ଲାଗିଲା ବାଜପେୟୀଙ୍କୁ ଲାଗିଲା କି ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀ ଛାଡିଯାଇଥିବା ଅଧୁରା କାମକୁ ସେ ପୁରା କରିବେ । ଶେଷରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୫୭ରେ ପ୍ରଥମ ଥର ପାଇଁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ଯାଇଥିଲେ ।

{"id":382397,"sizeSlug":"large","linkDestination":"none"}

ଏହାପରେ ଦେଶର ୩ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଦେଶରେ ଅନେକ ପ୍ରକାର କଠୋର ପଦକ୍ଷେପ ଓ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଯେପରି ପୋଖରଣରେ ପରମାଣୁ ପରୀକ୍ଷଣ, ପ୍ରଧାମନ୍ତ୍ରୀ ଜାତୀୟ ରାଜପଥ , ଅନ୍ତର୍ଦୋୟ ଯୋଜନା, ସର୍ବଶିକ୍ଷା ଅଭିଯାନ , କାର୍‌ଗିଲ୍‌ ଯୁଦ୍ଧ ଆଦି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.