Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା, ଟ୍ବିଟ୍ ଯୋଗେ ଦେଲେ ସୂଚନା

10/08/2020 at 1:00 PM

ନୂଆଦିଲ୍ଲୀ ୧୦।୮: ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୁଖାର୍ଜୀଙ୍କୁ କରୋନା । ସେମବାର ଅପରାହ୍ନରେ ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟ୍ବିଟ୍‌ରେ ପ୍ରଣବ ମୁଖାର୍ଜୀ ଲେଖିଛନ୍ତି ଯେ, ଏଥର ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ଭିନ୍ନ, ମୁଁ କରୋନା କୋଭିଡ୍-୧୯ ପଜିଟିଭ୍ ଥିବା ଆଜି ଜଣାପଡିଛି । ସେ ଆହୁରି ଲେଖିଛନ୍ତି ଯେ, ଗତ ଏକ ସପ୍ତାହ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ କୋଭିଡ୍-୧୯ ପରୀକ୍ଷା କରାଇବା ସହ ନିଜକୁ ଆଇସୋଲେସନରେ ରଖନ୍ତୁ ।

ସୂଚନାଯୋଗ୍ୟ ଯେ ପ୍ରଣବ ମୁଖାର୍ଜୀଙ୍କ ବୟସ ୮୪ ବର୍ଷ । ଏଭଳି ପରିସ୍ଥିତିରେ ବୟସ ବଢିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଂଗ୍ରେସର ଜଣେ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ମଧ୍ୟରେ ଦେଶର ରାଷ୍ଟ୍ରପତି ଥିଲେ । ୨୦୧୯ ରେ କେନ୍ଦ୍ର ସରକାର ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ।

ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ଅନେକ ନେତା ଏହି ମହାମାରୀର ଶିକାର ହୋଇସାରିଲେଣି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପୂର୍ବରୁ କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଥିଲା । ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

   Related Posts