Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ସଙ୍କଟାପନ୍ନ

28/08/2020 at 2:29 PM

ନୂଆଦିଲ୍ଲୀ ୨୮/୦୮ : ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ହୋଇନାହିଁ | ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଡାକ୍ତର କହିଛନ୍ତି ସେ ଗଭୀର କୋମାରେ ଅଛନ୍ତି | ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି | ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ମେଡିକାଲ ବୁଲେଟିନ ଜାରି କରି କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ଗତ ୧୭ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି |  

ହସ୍ପିଟାଲ ଅଧିକାରୀ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ ସଂକ୍ରମଣ ହୋଇଯାଇଛି | ସେଥିପାଇଁ ତାଙ୍କର ଚିକିତ୍ସା କରାଯାଉଛି | ମଙ୍ଗଳବାର ଠାରୁ ତାଙ୍କ କିଡନୀର ସ୍ଥିତି ମଧ୍ୟ ଭଲ ନଥିବା ଡାକ୍ତର କହିଛନ୍ତି | ତାଙ୍କ ହୃଦୟ ସଠିକ ଭାବେ କାମ କରୁଛି ଏବଂ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସାମାନ୍ୟ ରହିଛି | 

   Related Posts