ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ୧୦/୮: ଭେଣ୍ଟିଲେଟରରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇଛି ବ୍ରେନ୍‌ ସର୍ଜରୀ । ଦିଲ୍ଲୀର ଆର୍ମୀ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଥିଲା । ପ୍ରଣବଙ୍କ କୋଭିଡ୍‌ ଟେଷ୍ଟ ପଜିଟିଭ୍ ଆସିଥିଲା ।

ସେମବାର ଅପରାହ୍ନରେ ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ବିଟ୍‌ରେ ପ୍ରଣବ ମୁଖାର୍ଜୀ ଲେଖିଥିଲେ ଯେ, ଏଥର ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ଭିନ୍ନ, ମୁଁ କରୋନା କୋଭିଡ୍-୧୯ ପଜିଟିଭ୍ ଥିବା ଆଜି ଜଣାପଡିଛି । ସେ ଆହୁରି ଲେଖିଛନ୍ତି ଯେ, ଗତ ଏକ ସପ୍ତାହ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ କୋଭିଡ୍-୧୯ ପରୀକ୍ଷା କରାଇବା ସହ ନିଜକୁ ଆଇସୋଲେସନରେ ରଖନ୍ତୁ ।

ସୂଚନାଯୋଗ୍ୟ ଯେ ପ୍ରଣବ ମୁଖାର୍ଜୀଙ୍କ ବୟସ ୮୪ ବର୍ଷ । ଏଭଳି ପରିସ୍ଥିତିରେ ବୟସ ବଢିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କଂଗ୍ରେସର ଜଣେ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ମଧ୍ୟରେ ଦେଶର ରାଷ୍ଟ୍ରପତି ଥିଲେ । ୨୦୧୯ ରେ କେନ୍ଦ୍ର ସରକାର ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ। ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ଅନେକ ନେତା ଏହି ମହାମାରୀର ଶିକାର ହୋଇସାରିଲେଣି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପୂର୍ବରୁ କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଥିଲା । ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.