Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ: ପିପିଇ କିଟ ପିନ୍ଧି ଯବାନ ଦେଲେ କାନ୍ଧ

1/09/2020 at 1:16 PM

ନୂଆଦିଲ୍ଲୀ ୦୧/୦୯ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି | ତାଙ୍କ ମୃତ ଶରୀରକୁ ତାଙ୍କ ବାସଭବନ ୧୦ ରାଜାଜି ମାର୍ଗରୁ ଲୋଧି ସ୍ମଶାନ ଯାଏଁ ନିଆଯାଉଛି | ପିପିଇ କିଟ ପିନ୍ଧି ଯବାନମାନେ ତାଙ୍କ ମରଶରୀରକୁ କାନ୍ଧ ଦେଇଛନ୍ତି |

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହା ଏକ ଦୁଖଦ ଖବର ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆମମାନଙ୍କ ମଧ୍ୟରେ ଆଉ ନାହାନ୍ତି | ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାରେ ସେ ମହାରଥୀ ଥିଲେ | ଶାସନରେ ଥିବାବେଳେ ସେ ସର୍ବଦା ବିରୋଧୀଙ୍କ ସହ ସନ୍ତୁଳନ ରକ୍ଷା କରୁଥିଲେ | ଯେତେବେଳେ ସେ ବିପକ୍ଷରେ ଥିଲେ ସେତେବେଳେ ସକାରାତ୍ମକ ଭୂମିକା ବହନ କରିଥିଲେ |

ଭାରତ ରତ୍ନ ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅନ୍ତିମ ବିଦାଇ ଦିଆଯାଉଛି | ପ୍ରସିଦ୍ଧ ଭାରତୀୟ ବ୍ରିଟିଶ ଉଦ୍ୟୋଗପତି ଲର୍ଡ଼ ସ୍ୱରାଜ ପାଲ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି | ସେ ତାଙ୍କୁ ଜଣେ ଉତ୍କୃଷ୍ଟ ବ୍ୟକ୍ତିତ୍ୱ କହିଛନ୍ତି ଏବଂ ସେ ନିଜର ସାରା ଜୀବନ ରାଷ୍ଟ୍ରର କଲ୍ୟାଣ ପାଇଁ ସମର୍ପିତ କରିଥିଲେ ବୋଲି କହିଛନ୍ତି |

   Related Posts