ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର : ହସ୍ପିଟାଲ ଜାରି କଲା ସୂଚନା

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି | କରୋନା ସଂକ୍ରମିତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କର ମସ୍ତିସ୍କ ଅପରେସନ କରାଯାଇଛି | ତାଙ୍କୁ ଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବୁଧବାର ଦିନ ହସ୍ପିଟାଲ ପ୍ରଣବ ମୁଖାର୍ଜୀଙ୍କର ହେଲ୍ଥ ବୁଲେଟିନ ଜାରି କରିଛି | ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ଦିଆଯାଇଛି | ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି |

ସୋମବାର ଦିନ ପ୍ରଣବ ପୂଖାର୍ଜି ଟ୍ୱିଟ କରି କହିଥିଲେ ଯେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି | ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସେ ଅପିଲ କରିଥିଲେ ଯେ ସେମାନେ କରୋନା ଯାଞ୍ଚ କରାନ୍ତୁ ଏବଂ ନିଜେ କ୍ଵାରେଣ୍ଟାଇନରେ ରୁହନ୍ତୁ | 

ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ ମାଧ୍ୟମରେ ସନ୍ଦେଶ ଦେଇଛନ୍ତି | ସେ କହିଛନ୍ତି, ଗତ ବର୍ଷ ଅଗଷ୍ଟ ୮ ତାରିଖ ତାଙ୍କ ପାଇଁ ସବୁଠାରୁ ଖୁସିର ଦିନ ଥିଲା | ସେଦିନ ତାଙ୍କ ପିତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା | ଠିକ ବର୍ଷେ ପରେ ଅଗଷ୍ଟ ୧୦ ତାରିଖରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି | ଭଗବାନ ତାଙ୍କ ପିତାଙ୍କୁ ସୁଖ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି | ଏହାସହ ତାଙ୍କ ଶୁଭକାମନା ପାଇଁ ଚିନ୍ତା କରୁଥିବାରୁ ଜନତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.