'ସୋଆ'ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ: ଏବେ ଝୁରୁଛନ୍ତି ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା

Published By : Prameya-News7 Bureau | August 31, 2020 IST

ଭୁବନେଶ୍ବର୩୧/୮: ୨୨ ନଭେମ୍ବର ୨୦୧୭ରେ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ। ଆଜି ସେଇ ମହାନ ଆତ୍ମାଙ୍କ ଅବର୍ତ୍ତମାନରେ ତାଙ୍କର ସେଇ ଅମୂଲ୍ୟ ଉପଦେଶକୁ ମନେ ପକାଉଛନ୍ତି ସୋଆର ଛାତ୍ରଛାତ୍ରୀ । ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଦିଆଯାଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

{"id":323170,"sizeSlug":"large"}

ଆମ ଗହଣରେ ଆଉ ନାହାନ୍ତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା । ୨୨ ନଭେମ୍ବର ୨୦୧୭ । ରାଜଧାନୀ ଭୁବନେଶ୍ବରରେ  ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିର ପଞ୍ଚମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଭାରତର ଅଗ୍ରଣୀ ବିଶ୍ବବିଦ୍ୟାଳୟ ଭାବେ ପରିଚିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିବାରୁ ସେତେବେଳେ ବେଶ୍‌ ଖୁସି ବ୍ୟକ୍ତ କରିଥିଲେ ପ୍ରଣବ ମୁଖାର୍ଜୀ । ମାତ୍ର ୫ବର୍ଷ ଭିତରେ ଉନ୍ନତ ଭତ୍ତିଭୂମି ସହ ଗବେଷଣା କ୍ଷେତ୍ରରେ ବେଶ୍‌ ସଫଳତା ଅର୍ଜନ କରିପାରିଥିବାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟକୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଣବ ।

{"id":323171,"sizeSlug":"large"}

ସେଦିନ ଭାରତ ରତ୍ନ ପ୍ରବଣ ମୁଖାର୍ଜୀଙ୍କ ମୁହଁରୁ ବାହାରିଥିବା କେଇ ପଦ କଥା ସୋଆ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିର ଛାତ୍ରଛାତ୍ରୀ, ଫ୍ୟାକଲଟି, ପ୍ରଫେସରମାନଙ୍କ ମନରେ ଭରି ଦେଇଥିଲା ଅଦ୍‌ଭୁତ ପ୍ରେରଣା। ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ପ୍ରଣବ ମୁଖାର୍ଜୀ । ଆତ୍ମବିଶ୍ବାସର ସହିତ ଦେଶ ନିର୍ମାଣ କ୍ଷେତ୍ରରେ ନିଜର ଅବଦାନ ପ୍ରମାଣିତ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ  ।

ଆଜି ଏହି ମହାନ ଜନନାୟକଙ୍କ ଅବର୍ତ୍ତମାନରେ ତାଙ୍କର ସେଇ ବହୁମୂଲ୍ୟ ଉପଦେଶକୁ ଝୁରୁଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ । ଝୁରୁଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ପାଇଁ ଏହି ଭାରତ ରତ୍ନଙ୍କ ପଦଚିହ୍ନ ସଦାସର୍ବଦା ଏକ ମାଇଲ୍‌ ଷ୍ଟୋନ୍‌ ହୋଇ ରହିବ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ । ପ୍ରଣବ ମୁଖାର୍ଜୀଙ୍କ ଭଳି ଜଣେ ଅମର ଆତ୍ମାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛି ଶିକ୍ଷା ଓ ଅନୁସନ୍ଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.