Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

31/08/2020 at 3:19 PM

ନୂଆଦିଲ୍ଲୀ ୩୧/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ରବିବାର ପରଠାରୁ ଆହୁରି ବିଗିଡି ଯାଇଛି | ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି | ସୋମବାର ଦିନ ହସ୍ପିଟାଲ ମେଡିକାଲ ବିଲେଟିନ ଜାରି କରି କହିଛି ଯେ ରବିବାର ପରେ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁଁ ତାଙ୍କ ଶରୀରର ଅନ୍ୟାନ୍ୟ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଛି | ବିଶେଷଜ୍ଞଙ୍କ ଟିମ ତାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି |

   Related Posts