ଗିରଫ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାପରେ ଆତ୍ମହତ୍ୟା କଲେ ପେରୁର ପୂର୍ବତନ ରାଷ୍ଟ୍ରପତି ଏଲନ ଗାର୍ସିଆ

Published By : Prameya-News7 Bureau | April 18, 2019 IST

ଲିମା ୧୮/୪: ପେରୁର ପୂର୍ବତନ ରାଷ୍ଟ୍ରପତି ଏଲନ ଗାର୍ସିଆ ନିଜ ଉପରକୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଏକ ଦୁର୍ମୀତି ଅଭିଯୋଗରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଗିରଫ ପାଇଁ ନିଦେଦେଶ ଦେବାପରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ନିଜକୁ ନିଜେ ଗୁଳି ମାରିବାପରେ ଗୁରତର ଅବସ୍ଥାରେ ତାଙ୍କୁ ପେରୁର ରାଜଧାନୀ ଲିମାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।  ବୁଧବାର ଦିନ କୋର୍ଟ ଆଦେଶ ଦେବାର କିଛି ଘଣ୍ଟା ପରେ ଏହି ଦୁଃଖଦ ଘଟଣା ଘଟିଥିଲା। ଗାର୍ସିଆଙ୍କୁ ୬୯ବର୍ଷ ବୟସ ହୋଇଥିଲା।   

{"id":104697,"width":593,"height":333}

ଗାର୍ସିଆ ୨ଥର ପେରୁର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କୁ ଲେଫ୍ଟ ପାର୍ଟିର ଜଣେ ଫାୟାରବ୍ରାଣ୍ଡ ନେତା ଭାବେ ବିବେଚନା ଯାଉଥିଲା। ଦେଶରେ ବିଦେଶୀ ପୁଞ୍ଜି ନିବେଶ, ମୁକ୍ତ ଅର୍ଥନୀତି ଏବଂ ଫ୍ରି ଟ୍ରେଣ୍ଡକୁ ପ୍ରାଧାନ୍ୟ ଦେବା କ୍ଷେତ୍ରରେ ସେ ବେଶ ପ୍ରସିଦ୍ଧ ବାମପନ୍ଥୀ ନେତା ଥିଲେ । ତେବେ ତାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ହୋଇଥିଲା ଏବଂ ସେ ଏହି ଅଭିଯୋଗକୁ ସବୁବେଳେ ଖଣ୍ଡନ କରି ଆସୁଥିଲେ। ଏହି ଦୁର୍ନୀତିର ଅଭିଯୋଗ ତାଙ୍କୁ ହତାଶ କରି ଦେଇଥିଲା। ଗାର୍ସିଆଙ୍କୁ ଜଣେ ମହାନ ବକ୍ତା ମଧ୍ୟ ଥିଲେ ।

{"id":104698,"width":595,"height":334}

 ଗାର୍ସିଆ ୧୯୮୫ରୁ ୧୯୯୦ମସିହା ପର୍ଯ୍ୟନ୍ତ ଦେଶକୁ ଶାସନ କରିଥିଲେ। ଏହାପରେ ୨୦୦୬ମସିହାରେ ତାଙ୍କୁ ପୁଣି ଥରେ ୫ବର୍ଷ ଦେଶକୁ ଶାସନ କରିବାର ସୁଯୋଗ ମିଳିଥିଲା। ଗାର୍ସିଆ ସେହି ୯ଜଣ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନଙ୍କୁ ଗିରଫ କରିବାକୁ କୋର୍ଟ ଆଦେଶ ଦେଇଥିଲା। ଗାର୍ସିଆଙ୍କ ବିରୋଧରେ ବ୍ରାଜିଲର କନଷ୍ଟ୍ରକସନ କମ୍ପାନୀ ଆଣ୍ଡେବ୍ରେଷ୍ଟଠୁ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା।

{"id":104699,"width":595,"height":334}

ଏହି ଲାଞ୍ଚଘଟଣା ଲାଟିନ୍ ଆମେରିକୀୟ ଦେଶ ପେରୁରେ  ସବୁଠୁ ବଡ଼ ଦୁର୍ନୀତି ମାମଲା । ୨୦୧୬ମସିହାରେ କମ୍ପାନୀ ସ୍ବୀକାର କରିଥିଲା ଯେ ସେ ଆକର୍ଷଣୀୟ କାମ ପାଇବା ପାଇଁ ରାଜନେତାଙ୍କୁ ପ୍ରବଳ ମାତ୍ରାରେ ଲାଞ୍ଚ ଦେଇଥିଲା। ଗାର୍ସିଆଙ୍କ ପାର୍ଟି ତାଙ୍କ ମୃତ୍ୟୁର ଘୋଷଣା କରିଛି। କାସିମିରୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଏଠାରେ ୩ଥର ତାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ଜରୁରୀକାଳୀନ ସର୍ଜରୀ କରିବାକୁ ପଡ଼ିଥିଲା। ହସ୍ପିଟାଲ ବାହାରେ ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଖବର ଶୁଣି ପ୍ରବଳ ମାତ୍ରାରେ ଭିଡ଼ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.