ପୋଲିସଓ୍ବାଲା ଗୁଣ୍ଡା ଜଣେ ନୃଶଂସ ଅପରାଧୀ: ଯୌନ ପିପାସାରୁ କରୁଥିଲା ହତ୍ୟା, ଘର ସାମ୍ନା ଆଖୁ କିଆରିରେ ପୋତିଛି ଅନେକ ମହିଳାଙ୍କ ଶବ

Published By : Prameya-News7 Bureau | May 21, 2021 IST

ସାନ୍‌ ସାଲଭେଡର ୨୧/୫: ଅପରାଧର ଅନେକ କାହାଣୀ ଶୁଣିଥବେ। ହତ୍ୟା, ଲୁଟ, ରାହାଜାନୀ ଆଦି ଅପରାଧ ଆମ ଚତୁର୍ପାଶ୍ବରେ ଘଟିଚାଲିଛି। ପ୍ରତି ସେକେଣ୍ଡରେ ଖଣ୍ଡା ଚୋଟରେ ବା ବନ୍ଧୁକ ଗୁଳିରେ ଶହ ଶହ ଜୀବନ ଯାଉଛି। କେହି ପୂର୍ବ ଶତ୍ରୁତା ପାଇଁ ପ୍ରତିଶୋଧ ନେଉଛି ତ ଆଉ କେଉଁଠି ସମ୍ପତ୍ତି ଲୋଭରେ ବାପା-ପୁଅ ମଧ୍ୟରେ ଚାଲିଛି ଖଣ୍ଡଯୁଦ୍ଧ। କିନ୍ତୁ ଜଣେ ପୋଲିସଓ୍ବାଲା ଗୁଣ୍ଡାର କାରନାମା ଏବେ ସାରା ବିଶ୍ବକୁ ଦୋହଲାଇ ଦେଇଛି। ପୋଲିସ ଅଧିକାରୀରୁ ଗ୍ୟାଙ୍ଗଷ୍ଟର ପାଲଟିଥିବା ଜଣେ କୁଖ୍ୟାତ ଅପରାଧୀର କୁଖ୍ୟାତ ଅପରାଧର ପୋଲ ଖୋଲିଛି ପୋଲିସ।

ପୂର୍ବତନ ପୋଲିସ ଅଧିକାରୀର ଘର ସାମ୍ନା ଆଖୁ କିଆରିରେ ଗଣ ସମାଧି । ୪୦ରୁ ଅଧିକ ମୃତଦେହ ପୋତାଯାଇଛି। ଏବେ ସୁଦ୍ଧା ୨୪ ଶବ ଉଦ୍ଧାର ହୋଇଥିବା ବେଳେ ଆହୁରି କଙ୍କାଳ, ଖପୁରି ମିଳୁଛି। ଉଦ୍ଧାର ହେଉଥିବା ଶବ ଏବଂ କଙ୍କାଳରୁ ଅନୁମାନ କରାଯାଉଛି ମୃତକଙ୍କ ମଧ୍ୟରେ ଅଧକାଂଶ ମହିଳା ଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଅପରାଧୀ ଜଣେ ଯୌନ ପିପାସୁ ନିଶ୍ଚିତ। ସିରିୟଲ କିଲର ପୂର୍ବତନ ପୋଲିସ ଅଧିକାରୀର ଆଖୁ ବାଡ଼ିରେ ଏବେ ଲୋକଙ୍କ ଭିଡ଼। ନିଖୋଜ ଲୋକଙ୍କ ପରିବାର ଲୋକେ ସେଠାକୁ ଆସି ଶବ ଚିହ୍ନଟ କରୁଛନ୍ତି। କୁଖ୍ୟାତ ଅପରାଧୀ ଓସୋରିଓ ଚାଭେଜ୍‌ ।  ଛାତି ଥରାଇଦେବା ଭଳି ଏହି ଘଟଣା ମଧ୍ୟ ଆମେରିକୀୟ ଦେଶ ଏଲ୍‌ ସାଲଭେଡରରେ ଘଟିଛି ।

{"id":455400,"width":720,"height":451,"sizeSlug":"large","linkDestination":"none"}

ଅପରାଧୀ ଓସୋରିଓ ଚାଭେଜ୍‌ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି। କିନ୍ତୁ ୪୦ ଜଣଙ୍କ ସାମୂହିକ ସମାଧି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୮ ମେ’ରେ ମା ଏବଂ ଝିଅଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ମା ଓ ଝିଅଙ୍କୁ ଦୁଷ୍କର୍ମ କରି ଓସୋରିଓ ଚାଭେଜ୍‌ ମାରିଦେଇଥିବା ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ। ତାପରେ ପୋଲିସ ତଦନ୍ତ ପାଇଁ ୫୧ ବର୍ଷୀୟ ଅପରାଧୀ ଓସୋରିଓ ଚାଭେଜ୍‌ର ଘରେ ପହଞ୍ଚିଥିଲା। ଓସୋରିଓ ଚାଭେଜ୍‌ର ଘର ସାମ୍ନାରେ ଥିବା ବିରାଟ ଆଖୁ କିଆରିରେ ଲୁଚି ରହିଥିଲା ରହସ୍ୟ। ପୋଲିସକୁ ସନ୍ଦେହ ହେବାରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଫରେନ୍ସିକ୍‌ ଟିମ୍‌ ସମାଧି ସମ୍ପର୍କରେ ଜାଣିବାକୁ ପାଇଥିଲା। ଏବେ ଶବ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।

{"id":455402,"width":742,"height":465,"sizeSlug":"large","linkDestination":"none"}

ଗୋଟିଏ ଗାତରେ ଏକାଧିକ ଶବ ପୋତାଯାଇଛି। ତେଣୁ ଟିମ୍‌ କ୍ଷେତର ବିଭିନ୍ନ ସ୍ଥାନରେ ଖୋଳା ଜାରି ରଖିଛି। ଏମିତିରେ ବିଶ୍ବାସ କରାଯାଉଛି ଆହୁରି ଶବ ଉଦ୍ଧାର ହୋଇପାରେ । ବୁଧବାର ସ୍ଥାନୀୟ କୋର୍ଟ ଓସୋରିଓ ଚାଭେଜ୍‌ ସମ୍ପର୍କରେ ଥିବା ୧୧ ଜଣଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳରେ ନିଖୋଜ ହୋଇଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କଙ୍କାଳ ଏବଂ ଶବର ଡିଏନଏ ଟେଷ୍ଟ କରାଯାଉଥିବା ସୁରକ୍ଷା ମନ୍ତ୍ରୀ ଗୁସ୍ତାବୋ ଭିଲାଟୋରୋ କହିଛନ୍ତି। ସିରିୟଲ କିଲର ଓସୋରିଓ ଚାଭେଜ୍‌କୁ ପୋଲିସ ଅଟକ ରଖିଥିବା ବେଳେ ତାର ସହଯୋଗୀଙ୍କୁ ମଧ୍ୟ ହେପାଜତକୁ ନେଇଛି ପୋଲିସ।

{"id":455404,"width":767,"height":485,"sizeSlug":"large","linkDestination":"none"}

ଗଣହତ୍ୟା ମାମଲା ସମ୍ନାକୁ ଆସିବା ପେର ମଧ୍ୟ ଆମେରିକାରେ ପୁଣି ଥରେ ଚହଳ ପଡ଼ିଛି। ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପୋଲ୍‌ ଖୋଲିଛି। ଗତବର୍ଷ ୭୦ ମହିଳାଙ୍କ ହତ୍ୟା ହୋଇଥିବା ବେଳେ ୨୦୧୯ରେ ୧୧୧ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ ଜାରି ରିପୋର୍ଟରୁ ଜଣାପଡ଼ିଛି। ପୋଲିସ ଅଧିକାରୀରୁ ଜଣେ ଗ୍ୟାଙ୍ଗଷ୍ଟର ପାଲଟିଥିବା ଓସୋରିଓ ଚାଭେଜ୍‌ ଯୌନ ପିପାସାରୁ କରୁଥିଲା ହତ୍ୟା। ଏବେ ତଦନ୍ତ ଜାରି ରହିଥିବା ବେଳେ ଅପରାଧୀକୁ କେଉଁଭଳି ଭାବେ ଦଣ୍ଡ ଦିଆଯିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.