Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ଏଏସଆଇ

5/11/2019 at 12:44 PM

ଉଦଳା ୫।୧୧:  ଶେଷରେ ଗିରଫ ହେଲେ ପୋଲିସ ଏଏସଆଇ । ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କପ୍ତିପଦା ଥାନାର ପୂର୍ବତନ ଏଏସଆଇ ଶୁଭେନ୍ଦୁ ବେହେରା । ଗିରଫ ଏଏସଆଇଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।  

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନାର ଏଏସଆଇ ଶୁଭେନ୍ଦୁ ବହେରା ଗତ ମଇ ୧୨ ତାରିଖ ରାତିରେ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ଗତ ସପ୍ଟେମ୍ବର ୧୬ ତାରିଖ ଦିନ ମହିଳା ନିଜର ପରିବାର ଲୋକଙ୍କ ସହିତ ନବୀନ ନିବାସରେ ପହଂଚିଥିଲେ । ସେଠାରେ ସେ ନ୍ୟାୟ ଭିକ୍ଷା କରିଥତ୍ଲେ । ଏପରିକି ନ୍ୟାୟ ନ ମିଳିଲେ ସପରିବାର ଆତ୍ମହୁତି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଏହି ଘଟଣାରେ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ କପ୍ତିପଦା ଥାନାରୁ ବଦଳି କରାଯାଇ ବାରିପଦା ହେଡକ୍ବାର୍ଟରରେ ରଖାଯାଇଥିଲା । ଯାହାକି ଶେଷରେ ତଦନ୍ତ ପରେ ଗତକାଲି ରାତିରେ ଶୁଭେନ୍ଦୁ ବେହେରାଙ୍କୁ ଗିରଫ କରିଛି ବାରିପଦା ପୋଲିସ । ଗିରଫ ଶୁଭେନ୍ଦୁଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।

ଗତ ସପ୍ଟେମ୍ବର ୨୨ ତାରିଖ ଦିନ ଶୁଭେନ୍ଦୁ ନିଶାସକ୍ତ ଅବସ୍ଥାରେ ନିଜ କାର୍ ଚଳାଇ ଦୁର୍ଘଟଣା ଘଟାଇଥିଲେ । ତାଙ୍କ କାର୍ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିବା ବେଳେ ଉଦଳା କୃଷକ ବଜାର ଛକ ନିକଟରେ ଏହାକୁ ନେଇ ସେ ହଟହଟା ମଧ୍ୟ ହୋଇଥିଲେ । ଏହି ଦୁର୍ଘଟଣା ମାମଲାରେ ତାଙ୍କୁ ମୟୂରଭଞ୍ଜ ଏସପି ନିଲମ୍ବନ କରିଥିଲେ । 

   Related Posts