Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କେନ୍ଦ୍ର ସରକାରଙ୍କ ଅର୍ଥନୀତିକୁ ତୀବ୍ର ସମାଲୋଚନା କଲେ ମନମୋହନ ସିଂହ

1/09/2019 at 3:16 PM

ନୂଆଦିଲ୍ଲୀ ୧: କେନ୍ଦ୍ର ସରକାରଙ୍କ ଅର୍ଥନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂହ। ଆଜି କଂଗ୍ରେସ ରିଲିଜ କରିଥିବା ମନମୋହନଙ୍କ ଏକ ଭିଡିଓରେ ମନମୋହନ ମୋଦି ସରକାର ଅର୍ଥନୈତିକ ପରିଚାଳନାରେ ବିଫଳ ହୋଇଥିବା ବଖାଣିଛନ୍ତି।

ଭାରତର ଅର୍ଥନୈତିକ ପ୍ରଗତି ପାଇଁ ଯଥେଷ୍ଟ ସୁଯୋଗ ଥିବା ସତ୍ତ୍ବେ ଜିଡିପି ୫ ପ୍ରତିଶତକୁ ଖସିଆସିବ ଉଦବେଗର ବିଷୟ । ବିଶେଷ କରି ତରବରିଆ ନିଷ୍ପତ୍ତି ଯୋଗୁଁ ବେରୋଜଗାରୀ ବଢ଼ିଛି । ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥାର ପ୍ରଭୂତ ପ୍ରଭାବ ଦେଖିବାକୁ ମିଳିଛି।

ଦେଶରେ ମୁଦ୍ରାସ୍ଫୀତି କମ ରହିଥିବା ନେଇ ମୋଦି ସରକାର ଯେଉଁ ବାହାଦୁରୀ ମାରୁଛନ୍ତି ତାହା ଦେଶର କୃଷକମାନଙ୍କର ଆୟ ହ୍ରାସର ସୂଚନା ବୋଲି ସେ କହିଛନ୍ତି। ତେଣୁ ସରକାର ରାଜନୈତିକ ଏଜେଣ୍ଡା ଛାଡ଼ି ଦେଶର ଅର୍ଥନୀତି ଉପରେ ଚିନ୍ତା କରିବା ଲାଗି ସେ ଦୃଢ଼ ଦାବି କରିଛନ୍ତି।

   Related Posts