ଅନଲାଇନରେ ମଦ କିଣିବାକୁ ଯାଇ ଠକିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ସଞ୍ଜୟ ବାରୁ : ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 29, 2020 IST

ନୂଆଦିଲ୍ଲୀ ୨୯/୦୬ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଗଣମାଧ୍ୟମ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ସହ ଅନଲାଇନ ଠକେଇ ମାମଲା ସାମ୍ନାକୁ ଆସିଛି | ଅନଲାଇନ ମଦ ବିକ୍ରି ମାମଲାରେ ସଞ୍ଜୟ ବାରୁ ଠକେଇର ଶିକାର ହୋଇଛନ୍ତି | ସଞ୍ଜୟ ବାରୁ ଦକ୍ଷିଣ ଦିଲ୍ଲୀ ଏନେଇ ହୌଜ ଖାସ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ସୂଚନା ଅନୁଯାୟୀ, ସଞ୍ଜୟ ବାରୁ ୨୪ ହଜାର ଟଙ୍କା ଅନଲାଇନ ଠକେଇର ଶିକାର ହୋଇଛନ୍ତି | ମାମଲାରେ ପୋଲିସ ଓଲା କ୍ୟାବ ଡ୍ରାଇଭର ଆଵିକ ଜବେଦକୁ ଗିରଫ କରିଛି | ଅଭିଯୁକ୍ତ ଅନଲାଇନ ମଦ ବିକ୍ରିର ନକଲି ୱେବସାଇଟ ତିଆରି କରି ଲକ ଡାଉନରେ ଲୋକଙ୍କୁ ଠକୁଥିଲା |  

{"id":293370,"width":584,"height":437,"sizeSlug":"large"}

ଅଭିଯୋଗ ଅନୁଯାୟୀ, ଜୁନ ୨ ତାରିଖରେ ସଞ୍ଜୟ ବାରୁ ମଦ କିଣିବାକୁ ଅନଲାଇନ ସର୍ଚ୍ଚ କରୁଥିଲେ | ଗୁଗଲ ସର୍ଚ୍ଚ ସମୟରେ ସେ ଏକ ଅନଲାଇନ ଦୋକାନ ଦେଖିଥିଲେ | ଫୋନ ନମ୍ବର ନେଇ ସେ ଫୋନ କରିଥିଲେ | ମଦ କିଣିବାକୁ ତାଙ୍କୁ ଅନଲାଇନ ପେମେଣ୍ଟ କରିବାକୁ କୁହାଯାଇଥିଲା | ୨୪ ହଜାର ଟଙ୍କା ପେ କରିସାରିବା ପରେ ଉକ୍ତ ଡ୍ରାଇଭର ଫୋନ ବନ୍ଦ କରିଦେଇଥିଲା | ଅଭିଯୁକ୍ତକୁ ଶନିବାର ଦିନ ଗିରଫ କରାଯାଇଛି | ଲକଡାଉନ ସମୟରେ ୧୦୦ ଲୋକଙ୍କୁ ଠକିଥିବା ସେ ନିଜେ ସ୍ୱୀକାର କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.