ପଞ୍ଜାବର ଏହି ମହତ୍ଵପୁର୍ଣ ଆସନରୁ ନିର୍ବାଚନ ଲଢ଼ିବେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ !

Published By : Prameya-News7 Bureau | March 11, 2019 IST

ଅମୃତସର ୧୧/୩ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ଅମୃତସର ଆସନରୁ ନିର୍ବାଚନ ଲଢ଼ି ପାରନ୍ତି | କଂଗ୍ରେସ ତାଙ୍କୁ ଅମୃତସର ଆସନରୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଛି | ତେବେ ଏ ପର୍ଯ୍ୟନ୍ତ ସେ ଅସୁସ୍ଥ ଥିବା ଦର୍ଶାଇ ନିର୍ବାଚନ ଲଢିବେ ନାହିଁ ବୋଲି ମନମୋହନ ମନା କରିଆସୁଥିଲେ | କିନ୍ତୁ ପଞ୍ଜାବ ସମେତ ପୁରା ଦେଶରେ କଂଗ୍ରେସର ଜନୈତିକ ଫାଇଦା ପାଇଁ ଅମୃତସର ଆସନରୁ ଲଢ଼ିବା ପାଇଁ କୁହାଯାଉଛି ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି | ରବିବାର ସନ୍ଧ୍ୟାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂହ, ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ଼ ଏବଂ ପ୍ରଭାରୀ ଆଶା କୁମାରୀ ମନମୋହନ ସିଂହଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ | କିନ୍ତୁ ମନମୋହନ ସିଂହ ଅମୃତସର ଆସନରୁ ନିର୍ବାଚନ ଲଢ଼ିବେ ନା ନାହିଁ ତାହା ସ୍ପଷ୍ଟ କରିନାହାନ୍ତି |


ଅମରେନ୍ଦ୍ର ସିଂହ ଏବଂ ସୁନୀଲ ଜାଖଡ଼ କହିଛନ୍ତି ଯେ, ମନମୋହନ ସିଂହ ନିର୍ବାଚନ ଲଢ଼ିଲେ ନିଶ୍ଚୟ ଜିତିବେ | କାରଣ ମନମୋହନ ସିଂହଙ୍କ ଘର ଅମୃତସରରେ |


ଅମୃତସର ପଞ୍ଜାବର ମୋଟ ୧୩ଟି ଆସନ ମଧ୍ୟରୁ ସବୁଠାରୁ ମହତ୍ଵପୁର୍ଣ ଲୋକସଭା ଆସନ | ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ନବଜୋତ ସିଂହ ସିଦ୍ଧୁ ବିଜେପି ତରଫରୁ ଲୋକସଭା ସାଂସଦ ଥିଲେ | କିନ୍ତୁ ବିବାଦ ଉପୁଜିବାରୁ ତାଙ୍କ ଟିକଟ କାଟି ଅରୁଣ ଜେଟଲୀଙ୍କୁ ଦିଆଯାଇଥିଲା |


କ୍ୟାପଟେନ ଅମରିନ୍ଦର ସିଂହ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପରାସ୍ତ କରିଥିଲେ | ସେ ମୁଖ୍ୟମନ୍ତ୍ରୀ ହେବା ପରେ କଂଗ୍ରେସରେ ଉପ ନିର୍ବାଚନ ବେଳେ ଏହି ଆସନରେ ସେ ପୁଣି ବିଜୟ ହାସଲ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.