Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

୨୦୧୯ ରଣନୀତି : ଫିଟ୍ ମେସେଜ୍ ଦେଇଥିଲେ, ଏବେ ଘର ସଜାଇଲେଣି ଏଚ୍‌ଡି ଦେବେ ଗୌଡା

12/11/2018 at 4:20 PM

ବେଙ୍ଗାଲୁରୁ ୧୨|୧୧:  ୨୦୧୯ ନିର୍ବାଚନରେ କର୍ଣ୍ଣାଟକରେ ଭେଟରାନ ଏଚଡି ଦେବ ଗୌଡାଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିବ କି ବୋଲି ଏବେ ଏପରି ମେସେଜ୍‌ ଆସୁଛି । ସେପଟେ ଆଉଥରେ କିଙ୍ଗ୍‌ମେକର ହେବାକୁ ଜୋରଦାର ଅଭିଯାନ ଜାରି ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରାବାବୁ ନାଇଡୁ । ତେବେ ବିଜେପି ବିରୋଧି ମେଣ୍ଟରେ କିଏ ପ୍ରଧାନମନ୍ତ୍ରୀ  ପ୍ରାର୍ଥୀ ହେବେ ସେନେଇ ପ୍ରଶ୍ନ ଉଠୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯଦିଓ ଫୋକସରେ, କିନ୍ତୁ ଅଧିକ ଆସନ ନପାଇଲେ ଦଳ ସହଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବ ବୋଲି କହିଛି । ସେପଟେ  ନାଇଡୁ ନିଜେ ଦିଲ୍ଲୀ ପାଇଁ ଆଗ୍ରହୀ ନୁହନ୍ତି ବୋଲି ତାଙ୍କ ଦଳ କହୁଛି । ତେବେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅଧିକ ଆଖି । ସେପଟେ ଡିଏମ୍‌କେ ନେତା ଏମ୍‌.କେ. ଷ୍ଟାଲିନଙ୍କୁ ବି ଅଫର ଦେଲେଣି ନାଇଡୁ ।ଏସବୁ ଭିତରେ ଏଚଡି ଦେବେଗୌଡାଙ୍କ ଘର ସଜା ରାଜନୀତିକୁ ସରଗରମ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ  ଦେବେ ଗୌଡା ଦିଲ୍ଲୀର ୫ ସଫଦରଗଞ୍ଜ ଲେନ୍ ସ୍ଥିତ ଘର ସଜାଇଛନ୍ତି । ଜଣେ ପ୍ରମୂଖ ବାସ୍ତୁବିଦ୍‌ଙ୍କ ପରାମର୍ଶରେ ଘରେ କେତେକ ପରିବର୍ତ୍ତନ କରିଛନ୍ତି । ମରାମତି ସହ କିଛି ସାଜସଜ୍ଜା ବଦଳାଯାଇଛି । ରାଜନେତାଙ୍କ  ବାସ୍ତୁ ଓ ଜ୍ୟୋତିଷ ପ୍ରେମ ସାଧାରଣ କଥା । କିନ୍ତୁ  ଅବେଳରେ ଗୌଡାଙ୍କ କସରତ ହିଁ ଚର୍ଚ୍ଚାର କାରଣ । ଗତ ଜୁନ୍‌ ୨୧, ଜାତୀୟ ଯୋଗ ଦିବସରେ ଯୋଗ କରି ଦେବେଗୌଡା ଫିଟ୍‌ ମେସେଜ୍‌ ଦେଇଥିଲେ ।  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ପୁଅ କୁମାରସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଚ୍ୟାଲେଞ୍ଜର ଜବାବ ରଖିଥିଲେ ସିନିୟର ଏଚ୍‌ଡି । କହିଥିଲେ ମୁଁ ନୂଆ ଦିଲ୍ଲୀ ଇନିଂସ ପାଇଁ ପୁରା ଫିଟ୍‌ । ଏବେ ଦିଲ୍ଲୀ ଘର ସଜାଇ ତାହାକୁ ପକ୍କା କରିଛନ୍ତି । ୧୯୯୬ରେ ମେଣ୍ଟ ସରକରାର ନେତୃତ୍ବ ନେଇ ୧୧ ମାସ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେଗୌଡା । ସେଥିଲାଗି ବିଜେପି ବିରୋଧୀ ମେଣ୍ଟରେ ସେ ଅଭିଜ୍ଞ ବୋଲି ତାଙ୍କ ଦଳର ନେତା ଦାବି କରୁଛନ୍ତି  । ଚନ୍ଦ୍ରାବାବୁଙ୍କୁ ଭେଟିବା ବେଳେ ଉଭୟ ସୁମାରସ୍ବାମୀ ଏବଂ ଦେବେଗୌଡା ୧୯୯୬ର ରିପିଟ୍‌ ନେଇ ଦୃଢୋକ୍ତି କରିଥିବା ବେଳେ ଏବେ ଜେଡିଏସ୍ ସୁପ୍ରିମୋଙ୍କ ସଜବାଜ, ରାଜନୀତି ଆଲୋଚନାକୁ ସରଗରମ କରିଛି ।

   Related Posts