ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର, ପେଟ୍ରୋଲ ୯.୫ ଓ ଡିଜେଲ୍ ୭ ଟଙ୍କା କମିଲା
  • ||
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ଆସନ୍ତାକାଲି ଭୁବନେଶ୍ୱରରେ ପହଂଚିବ ବାଜପେୟୀଙ୍କ ଅସ୍ତି କଳସ

21/08/2018 at 6:04 AM

ଆସନ୍ତାକାଲି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ତି କଳସ ଭୁବନେଶ୍ୱରରେ ପହଂଚିବ | ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି | ଅସ୍ଥି କଳସ ଭୁବନେଶ୍ୱରରେ ପହଂଚିବ ପରେ ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରଖାଯିବ | ଗୁରୁବାର ଦିନ ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ରହିଛି | ଅଗଷ୍ଟ ୨୪ ତାରିଖ ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ସର୍ବ ଧର୍ମ ପ୍ରାର୍ଥନା ଓ ସ୍ମୃତି ଚାରଣ ସଭା ଆୟୋଜନ କରାଯିବ | ଗତ ରବିବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଗଙ୍ଗା ନଦୀରେ ସ୍ବର୍ଗତ ବାଜପେୟୀଙ୍କ ଅସ୍ତି ବିସର୍ଜନ କରାଯାଇଥିଲା | ଏଥିରେ ବାଜପେୟୀଙ୍କୁ ଭଲପାଉଥିବା ବିପୁଳ ସଂଖ୍ୟାରେ ଲୋକ ଯୋଗଦାନ କରିଥିଲେ |
ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିଲା | ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା | ୧୯୯୬ ରୁ ୨୦୦୪ ମସିହା ମଧ୍ୟରେ ସେ ୩ ଥର ଭାରତର ପ୍ରଧାନମନ୍ତ୍ରୀ ଥିଲେ | ତାଙ୍କର ନିଷ୍ଠାପର ସେବା ପାଇଁ ତାଙ୍କୁ ଭାରତରତ୍ନ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା |

   Related Posts