Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଭୁବନେଶ୍ୱରରେ ପହଞ୍ଚିବ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ତି କଳସ

22/08/2018 at 2:10 AM

ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ତି କଳସ ଆଜି ଭୁବନେଶ୍ୱରରେ ପହଂଚିବ | ଦିଲ୍ଲୀ ଅଶୋକ ରୋଡ଼ସ୍ଥିତ ପୁରୁଣା ବିଜେପି ଅଫିସରେ ବାଜପେୟୀଙ୍କ ଅସ୍ତି କଳସ ରଖାଯାଇଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସ୍ତି କଳସକୁ ବିଭିନ୍ନ ରାଜ୍ୟର ବିଜେପି ସଭାପତିଙ୍କୁ ପ୍ରଦାନ କରିବେ | ଓଡିଶା ପକ୍ଷରୁ ବିଜେପି ସଭାପତି ବସନ୍ତ ପଣ୍ଡା ବାଜପେୟୀଙ୍କ ଅସ୍ତି କଳସ ଗ୍ରହଣ କରିବେ | ଭୁବନେଶ୍ୱରରେ ଅସ୍ତି କଳସ ପହଞ୍ଚିବା ପରେ ଆସନ୍ତାକାଲି ପୁରୀ ମହୋଦଧିରେ ବିସର୍ଜନ କରାଯିବ | ମହୋଦଧିରେ ଅସ୍ତି କଳସ ବିସର୍ଜନ ପରେ ୨୪ ତାରିଖରେ ପ୍ରଦର୍ଶନୀ ପଡିଆରେ ସର୍ବ ଦଳୀୟ ପ୍ରାର୍ଥନା ସଭା କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି |

   Related Posts