Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିଜେପିରେ ମିଶିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ନାରାୟଣ ରାଓ

20/03/2019 at 1:37 PM

ଭୁବନେଶ୍ବର ୨୦|୩: ବିଜେପିରେ ମିଶିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ନାରାୟଣ ରାଓ । ତାଙ୍କ ସହ ୩୦ ସରପଞ୍ଚ, ଗୋଷାଣୀ ଓ କାଶିନଗର ବ୍ଲକର ୨ ଚେୟାରମ୍ୟାନ, ୩୨ ସମିତି ସଭ୍ୟ ଓ ୩ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗଦେଇଛନ୍ତି । ଟିକଟ ନମିଳିବାରୁ ଗତକାଲି ସେ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ।

ବିଜେପିର ଯୋଗଦେବା ପରେ ପ୍ରତିକ୍ରିୟା ରଖିଛନ୍ତି କେ. ନାରାୟଣ ରାଓ । ସେ କହିଛନ୍ତି ୨୦ ବର୍ଷ ଧରି ବିଜେଡି ପାଇଁ ସଙ୍ଗଠନ କରୁଥିଲି । ହେଲେ ଦଳ ଅଣଦେଖା କରି ଟିକେଟ ଦେଲାନାହିଁ । ସେଥିପାଇଁ ସେ ବିଜେଡି ଦଳ ଛାଡି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛନ୍ତି । ବିଜେପି ଟିକେଟ ଦେଲେ ଲଢିବି ଏବଂ ଜିତିବି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପାରଳା ରାଜନନ୍ଦିନୀ କଲ୍ୟାଣୀ ଗଜପତିଙ୍କୁ ବିଜେଡି ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଟିକେଟ୍ ଦେଇଛି । କଲ୍ୟାଣୀ ଗଜପତି ନିକଟରେ ବିଜେଡିରେ ଯୋଗଦେଇଥିଲେ ।

   Related Posts