ଅର୍ଥ ହେରଫେର୍ ମାମଲା, ଗିରଫ ହୋଇ ଜେଲ୍ ଗଲେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ

Published By : Prameya-News7 Bureau | September 01, 2020 IST

ସାନଖେମୁଣ୍ଡି, ୦୧|୦୯:  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କଂସାମାରୀ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନଙ୍କୁ ଗିରଫ କରାଯାଇଛି । ଅର୍ଥ ଆତ୍ମସାତ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି।ଜାମିନ ନାମଞ୍ଜୁର ହେବାରୁ ନିର୍ବାହୀ ଅଧିକାରୀଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପାଟପୁର ଥାନା ମାମଲା ନଂ.୨୩୪/୧୯ ଅନୁଯାୟୀ  ଜାମିନ ନାମଞ୍ଜୁର ହେବାରୁ ନିର୍ବାହୀ ଅଧିକାରୀଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନାନୁସାରେ, ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କଂସାମାରୀ ପଞ୍ଚାୟତର ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣକ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ ଅନୁଦାନ ଅର୍ଥରାଶି ହେରଫେର୍ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଗଞ୍ଜାମ ଜିଲ୍ଲାପାଳ ଚିଠି ନଂ ୧୨୭୨/ ତା. ୨|୧୧|୧୯ ରେ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନଙ୍କୁ ନିଲମ୍ବିତ କରିଥିଲେ ।

ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଗତ ୪|୧୧|୧୯ ରେ ପାଟପୁର   ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ମାମଲାର ତଦନ୍ତ କରି ପୋଲିସ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲା। ତଦନ୍ତ ଚାଲିଥିବା ବେଳେ ନିର୍ବାହୀ ଅଧିକାରୀ ଇସାକ ଗିରଫ ଭୟରେ ଫେରାର ଥିଲେ । ସୋମବାର ଇସାକ ପ୍ରଧାନ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସମୟରେ  ବିଶେଷ ସୂତ୍ରରୁ ଖବର ପାଇ ପାଟପୁର ପୋଲିସ  ଗିରଫ କରି ଥାନାକୁ ଆଣି ଘଟଣାର ସବିଶେଷ ତଦନ୍ତ କରିଥିଲେ । ଇସାକ ସରକାରୀ ଅନୁଦାନ ଅର୍ଥରାଶି ହଡ଼ପ କରିଥିବା  ସ୍ୱୀକାର କରିବା ପରେ ପୋଲିସ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.