ପଦ୍ମ ଧରିଲେ ପାଲଲହଡାର ପୂର୍ବତନ ବିଧାୟକ ରବିନାରାୟଣ ପାଣି

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ପଦ୍ମ ଧରିଲେ ପାଲଲହଡାର ପୂର୍ବତନ ବିଧାୟକ ରବିନାରାୟଣ ପାଣି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ  ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଦଳର ପୂର୍ବତନ ସଚେତକ ମଧ୍ୟ ଥିଲେ ରବି ପାଣି । ଟିକେଟ୍ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ରବି ପାଣି ତାଙ୍କର ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୭ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ପାଲଲହଡ଼ାର ପୂର୍ବତନ ବିଧାୟକ ରବିନାରାୟଣ ପାଣି। ଦଳୀୟ ଅସନ୍ତୋଷ ଯୋଗୁଁ ସେ ଦଳ ଛାଡିଥିଲେ । ନବୀନ ନିବାସ ଯାଇ ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳ ଯେଉଁପରି ଚାଲିଛି ସେ ଅସହାୟ ହୋଇ ଇସ୍ତଫା ଦେଲିଥିଲେ ବୋଲି ପ୍ରକାଶ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.