Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତାରଙ୍କ ଚ୍ୟାଲେଞ୍ଜ : ‘ମୋର ଗୋଟିଏ ବି ବଲ ଛୁଇଁକି ଦେଖାଅ, ପ୍ରତି ବଲରେ ଗୋଟିଏ ବାଇକ ପୁରସ୍କାର’

3/06/2021 at 3:18 PM

ନୂଆଦିଲ୍ଲୀ ୦୩/ ୦୬ : ପାକିସ୍ତାନର ପୂର୍ବତନ ସ୍ପିଡ୍‌ ଷ୍ଟାର ସୋଏବ୍‌ ଅଖତାର ସାମାଜିକ ଗଣମାଧ୍ୟମରେ ବେଶ ଆକ୍ଟିଭ । ରାଓ୍ବଲପିଣ୍ଡି ଏକ୍ସପ୍ରେସ୍‌ ନାଁ ରେ ପରିଚିତ ପାକିସ୍ତାନର ଏହି ପୂର୍ବତନ ଖେଳାଳୀ ନିଜର ବୋଲିଂରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ପଡିଆ ମଧ୍ୟରେ ଭାରତୀୟ ଓପନର ବିରେନ୍ଦ୍ର ସେହଓ୍ବାଗ ଏବଂ ସୋଏବ ଅଖତାରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିଲା । ଉଭୟ ସୋସିଆଲ ମିଡିଆ ପ୍ଳାଟଫର୍ମ ଟ୍ବିଟରରେ କିନ୍ତୁ ବେଶ ସକ୍ରିୟ ଏବଂ ଉଭୟଙ୍କ ମଧ୍ୟରେ ଟ୍ବିଟରରେ ମଜାଦାର ପୋଷ୍ଟ ସବୁ ଦେଖିବାକୁ ମିଳେ ।
କିନ୍ତୁ ବର୍ତ୍ତମାନ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଓ୍ବଲପିଣ୍ଡି ଏକ୍ସେପ୍ରସ୍ ସୋଏବ ଅଖତାର । ସୋଏବଙ୍କ ଏକ ଟ୍ବିଟକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି । ଟ୍ବିଟରେ ସୋଏବ ଅଖତାର ପାକିସ୍ତାନର ଅଭିନେତା ଫୟାଦ ମୁସ୍ତାଫାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ । ଚ୍ୟାଲେଞ୍ଜ ଏହିପରି ଯେ, ଯଦି ଫୟାଦ ତାଙ୍କର ୬ଟି ବଲ ଖେଳିକି ଦେଖାଇଦିଅନ୍ତି, ତେବେ ସେ ତାଙ୍କୁ ପୁରସ୍କାର ଆକାରରେ ବାଇକ ଦେବେ । ମୁସ୍ତାଫା ବର୍ତ୍ତମାନ ସୁଦ୍ଧା ସୋଏବଙ୍କ ଟ୍ବିଟର ଜବାବ ଦେଇନାହାନ୍ତି ।


ଏହାରି ମଧ୍ୟରେ ସୋଏବଙ୍କ ଟ୍ବିଟକୁ ଗ୍ରହଣ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ପେସାଲ ଆସିଷ୍ଟାଣ୍ଟ ସୟଦ ଜୁଲ୍ଫିକର ବୁଖାରୀ । ଅଖତାରଙ୍କ ଟ୍ବିଟର ଜବାବ ଦେବାକୁ ଯାଇ ସେ ଲେଖିଛନ୍ତି ଯେ, ସୋଏବଙ୍କ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ । ଏହା ସହିତ ସେ ଲେଖିଛନ୍ତି ଯେ, ‘ଯଦି ମୁଁ ସୋଏବ ଅଖତାରଙ୍କର ଗୋଟିଲ ବି ବଲ ମିସ୍‌ କରିବି ତେବେ ପ୍ରତି ବଲରେ ଗୋଟିଏ ଗୋଟିଏ ମୋଟରସାଇକେଲ ଦେବି ।’


ସୟଦ ବୁଖାରୀଙ୍କ ଟ୍ବିଟର ଜବାବ ମଧ୍ୟ ରଖିଛନ୍ତି ସୋଏବ ଅଖତାର । ମାମଲା ଏବେ ଗମ୍ଭୀର ହେବାରେ ଲାଗିଛି । ସୋଏବ କହିଛନ୍ତି, ‘ଗୋଟିଏ ଓଭର ବୋଲିଂ ମଧ୍ୟରେ ପ୍ରତି ବଲ ବ୍ୟାଟିଂ କରିଲେ ବଲ ପିଛା ଗୋଟିଏ ଲେଖାଏଁ ବାଇକ ଗିପ୍ଟ କରିବି ।’ ଏହା ସହିତ କେବେ ଏହି ଚ୍ୟାଲେଞ୍ଜ ପୁରା କରିବେ ସେ ନେଇ ବୁଖାରୀଙ୍କୁ ପ୍ରଶ୍ନ କରିଛନ୍ତି ସୋଏବ ଅଖତାର । ତେବେ ସୋଏବ ଏବଂ ବୁଖାରୀଙ୍କ ମଧ୍ୟରେ କେବେ ଏହି ଚ୍ୟାଲେଞ୍ଜ ମୁକାବିଲା ହେବ ସେ ନେଇ ପାକିସ୍ତାନ କ୍ରିକେଟ ପ୍ରଶଂସକ ଅପେକ୍ଷାରତ ଅଛନ୍ତି ।

   Related Posts