Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ସୁଶାନ୍ତଙ୍କୁ ୪ ବର୍ଷ ପୂର୍ବେ ଭେଟିଥିଲେ ଅଖତାର, କହିଲେ- ଏହି କାରଣରୁ ମନରେ ରହିଗଲା ପଶ୍ଚାତାପ

29/06/2020 at 4:13 PM

ନୂଆଦିଲ୍ଲୀ ୨୯।୦୬: ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତାର ନିଜର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ ଆଲୋଚନା କରିଛନ୍ତି। ସୋଏବ କହିଛନ୍ତି, ୨୦୧୬ରେ ସେ ସୁଶାନ୍ତ ସିଂହଙ୍କୁ ଭେଟିଥିଲେ, ମାତ୍ର ଅବଶୋଷର କଥା ସେହି ସମୟରେ ସେ ସୁଶାନ୍ତଙ୍କ ସହ କଥା ହୋଇ ପାରିନଥିଲେ।

ସୁଶାନ୍ତଙ୍କ ସହିତ ପ୍ରଥମ ସାକ୍ଷାତ ବିଷୟରେ ଉଲ୍ଲେଖ କରି ସୋଏବ କହିଛନ୍ତି ଯେ, ମୁଁ ସୁଶାନ୍ତଙ୍କୁ ମୁମ୍ବାଇର ଅଲିଭ୍‌ରେ ଭେଟିଥିଲି। ସତ କହିବାକୁ ଗଲେ ସୁଶାନ୍ତଙ୍କଠାରେ ସେହି ସମୟରେ ମୁଁ ଆତ୍ମ ବିଶ୍ଵାସ ଦେଖିବାକୁ ପାଇନଥିଲି। ସେ ମୋ ପାଖରେ ମୁଣ୍ଡ ନୁଆଁଇ ଚାଲି ଯାଇଥିଲେ। ସେତିକି ବେଳେ ମୋର ଜଣେ ସାଙ୍ଗ କହିଥିଲେ ଯେ, ଏହି ହିରୋ ଏମଏସ ଧୋନୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।

ସୋଏବ କହିଛନ୍ତି, ମୋତେ ସୁଶାନ୍ତଙ୍କ ଅଭିନୟ ଦେଖିବା ଉଚିତ୍। ସେ ବହୁତ ଭଲ ପରିବାରରୁ ଆସିଥିଲେ ଏବଂ ଭଲ ଫିଲ୍ମ ମଧ୍ୟ କରୁଥିଲେ। ଧୋନୀ ଫିଲ୍ମ ବହୁତ ସଫଳ ରହିଥିଲା। ମାତ୍ର ମୋ ମନରେ ଏହି ଅବଶୋଷ ରହିଗଲା ଯେ, ମୁଁ ସୁଶାନ୍ତଙ୍କୁ ସେହି ଦିନ ଅଟକାଇ କଣ ପାଇଁ କଥା ନହେଲି।

ସୋଏବ କହିଛନ୍ତି, ମୁଁ ସୁଶାନ୍ତଙ୍କ ସହ ନିଜ ଜୀବନର ଅଭିଜ୍ଞତା ବିଷୟରେ ଆଲୋଚନା କରି ପାରିଥାନ୍ତି। ହୁଏତ ନିଜ ଶୈଳୀରେ କଥା ହୋଇ ତାଙ୍କୁ ଜୀବନର ଅନ୍ୟ ଏକ ଦୃଷ୍ଟିକୋଣ ଦେଇ ପାରିଥାନ୍ତି। ମାତ୍ର ଏବେ ମୋତେ ତାଙ୍କ ସହିତ କଥା ନ ହୋଇପାରିବାର ଦୁଃଖ ରହିଛି। ଶେଷରେ ସୋଏବ କହିଛନ୍ତି, ଜୀବନ ଶେଷ କରି ଦେବା ସମସ୍ୟାର ସମାଧାନ ନୁହେଁ। ସେ କହିଛନ୍ତି, ଦୀପିକା ପାଦୁକୋନ ମଧ୍ୟ ନିଜର ବ୍ରେକଅପ୍‌ ପରେ ଡ୍ରିପେସନକୁ ଚାଲି ଯାଇଥିଲେ। ତାଙ୍କୁ ସାହାଯ୍ୟର ଆବଶ୍ୟକତା ଥିଲା। ମୋ ହିସାବରେ ସୁଶାନ୍ତଙ୍କୁ ମଧ୍ୟ ସହାତୟାର ଆବଶ୍ୟକତା ଥିଲା।

ସୂଚନାଯୋଗ୍ୟ, ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜର ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ  ଏ ଯାଏ ଏହା ଉପରୁ ପରଦା ହଟି ନାହିଁ। ମୁମ୍ବାଇର ପୋଲିସ୍‌ର ତଦନ୍ତ ଜାରି ରହିଛି। ସୁଶାନ୍ତଙ୍କ ନିକଟତର ସାଙ୍ଗ ଏବଂ ପରିବାର ଲୋକଙ୍କୁ ପୋଲିସ ପଚରାଉଚୁରା କରୁଛି। ସୁଶାନ୍ତଙ୍କ ଦେହାନ୍ତରେ ତାଙ୍କ ପରିବାର ଲୋକ ଭାଙ୍ଗି ପଡିଛନ୍ତି।

   Related Posts