Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବ୍ୟାଙ୍କ ଆକାଉଣ୍ଟ ଜାଲିଆତି ମାମଲା: ପୂର୍ବତନ ପାକ୍ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଗିରଫ

10/06/2019 at 6:24 PM

ଇସ୍ଲାମାବାଦ ୯।୬:  ବ୍ୟାଙ୍କ ଆକାଉଣ୍ଟ ଜାଲିଆତି ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି)ର ଅଧ୍ୟକ୍ଷ ଆସିଫ ଅଲ୍ଲୀ ଜର୍ଦାରୀ ଗିରଫ ହୋଇଛନ୍ତି । ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ଏନଏବି ତାଙ୍କୁ ଗିରଫ କରିଥିବା ବେଳେ ଜୁନ ୧୧ ତାରିଖ ଦିନ ତାଙ୍କୁ କୋର୍ଟରେ ହାଜର କରାଯିବ। ୬୩ ବର୍ଷ ବୟସ୍କ ପିପିପି ଅଧ୍ୟକ୍ଷ ଜର୍ଦ୍ଦାରୀଙ୍କୁ ଗତମାସରେ ଇସ୍ଲାମାବାଦ ହାଇକୋର୍ଟ ୬ ମାମଲାରେ ଜାମିନ ମଞ୍ଜୁର କରିଥିଲେ। ତେବେ ୩୬ଟି ଯାଞ୍ଚ ମାମଲାରେ ଜର୍ଦ୍ଦାରୀ  ଦୋଷୀଥିବା ନେଇ ତଦନ୍ତକାରୀ ସଂସ୍ଥାନ ଏନଏବି ଦାବି କରିବା ସହ ତାଙ୍କୁ ଗିରଫ କରଇଛି।

ଜର୍ଦ୍ଦାରୀଙ୍କ ବିରୋଧରେ ମୋଟ ୪ଶହ ବିଲିୟନ ପାକିସ୍ତାନୀ ଟଙ୍କା ହେରଫେରର ଅଭିଯୋଗ ରହିଛି। ବ୍ୟାଙ୍କ ଆକାଉଣ୍ଟ ଜାଲିଆତି ମାମଲାରେ ଜର୍ଦ୍ଦାରୀ ଓ ତାଙ୍କ ଭଉଣୀଙ୍କ ବିରୋଧରେ ଥିବା ମାମଲାରେ ଅଗ୍ରୀମ ଜାମିନ ପାଇଁ ନିବେଦନ କରିଥିବା ବେଳେ କୋର୍ଟ ସେମାନଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି। ଜର୍ଦ୍ଦାରୀଙ୍କ ଗିରଫ ପରେ ତାଙ୍କ ପୁଅ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଦଳର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିବା ବେଳେ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି।

ଡନ ସମ୍ବାଦପତ୍ର ଅନୁସାରେ ମେସର୍ସ ଏୱାନ ଇଣ୍ଟରନ୍ୟାସନାଲ ନାମରେ ଥିବା ଏକ ଆକାଉଣ୍ଟରେ କେହି ୪.୪ ବିଲିୟନ ଡଲାର ଜମା କରିଥିଲେ। ସେଥିରୁ ଜର୍ଦ୍ଦାରୀ ଗ୍ରୁପକୁ ଭିନ୍ନ ଭିନ୍ନ ସମୟରେ ୩ କୋଟି ଟଙ୍କା ଦିଆଯାଇଥିଲା। ତେବେ ମୂଳ ଏ ୱାନ ଇଣ୍ଟରନ୍ୟାସନାଲ ଆକାଉଣ୍ଟ ହିଁ ବେନାମୀ ବୋଲି ଜଣାପଡିବା ପରେ ତଦନ୍ତକାରୀ ସଂସ୍ଥାନ ଜର୍ଦ୍ଦାରୀଙ୍କୁ ଘେରିଛନ୍ତି।

   Related Posts