‘ମୋ ଘରେ ଗଞ୍ଜେଇ ଟାଣୁଥିଲେ ଇମ୍ରାନ୍‌’- ସର୍ଫରାଜ୍‌ ନଓ୍ବାଜ୍‌

Published By : Prameya-News7 Bureau | November 03, 2020 IST

ଇସ୍‌ଲାମାବାଦ ୩/୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କିଛି ନା କିଛି ଖବର ପାଇଁ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି। ନେତା ହେବା ପୂର୍ବରୁ ସେ  ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ଥିଲେ । କିନ୍ତୁ ସେତେବେଳେ ଇମ୍ରାନ ଭଲ ଖେଳିବା ପାଇଁ କଣ କରୁଥିଲେ ସେନଇ ତତ୍କାଳୀନ ପାକିସ୍ତାନ ଫାଷ୍ଟ ବୋଲର ସର୍ଫରାଜ୍‌ ନଓ୍ବାଜ୍‌ ଖୁଲାସା କରିଛନ୍ତି। ଇମ୍ରାନଙ୍କ ପୋଲ୍‌ ଖୋଲିଛନ୍ତି ସର୍ଫରାଜ୍‌।

ଗୋଟିଏ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସର୍ଫରାଜ କହିଛନ୍ତି, ଇମ୍ରାନ ମୋ ଘରେ ଗଞ୍ଜେଇ ଟାଣୁଥିଲେ। କୋକେନ୍‌ ବି ନିଅନ୍ତି ଇମ୍ରାନ। ଏନେଇ ସର୍ଫରାଜ୍‌ ଖୁଲାସା କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ୧୯୮୭ରେ ଯେତେବେଳେ ପାକିସ୍ତାନ ଇଂଲଣ୍ଡକୁ ସାମ୍ନା କରିଥିଲା ସେତେବେଳେ ଇମ୍ରାନ ଖାନ୍‌ ଭଲ ବୋଲିଂ କରିପାରିନଥିଲେ। ପରେ ଇମ୍ରାନ, ମୁଦ୍ଦାସର, ମୋସିନ୍‌ ଖାନ, ଅବଦୁଲ କାଦିର, ସଲିମ ମଲିକ, ଇସ୍ଲାମାବାଦ ସ୍ଥିତ ସର୍ଫରାଜଙ୍କ ଘରକୁ ଖାଇବାକୁ ଆସିଥିଲେ।

ସେଠରେ ପହଞ୍ଚିବା ପରେ ଇମ୍ରାନ ଗଞ୍ଜେଇ ଟାଣିଥିଲେ। ପରେ ନାକରେ କିଛି ଗ୍ରହଣ କରିବା ସହ କୋକେନ ମଧ୍ୟ ସେବନ କରିଥିବା ସର୍ଫରାଜ କହିଛନ୍ତି। ଲଣ୍ଡନରେ ଥିବା ବେଳେ ଇମ୍ରାନ ପେପରରେ ରୋଲ୍‌ କରି ଟାଣିଥିଲେ ବୋଲି ନଓ୍ବାଜ୍‌ କହିଛନ୍ତି। ତେବେ ଏହି ଭିଡିଓ ଏବେ ୟୁଟ୍ୟୁବ୍‌ରେ ଉବଲବ୍ଧ ଅଛି।

wp:html /wp:html

ଏପରିକି ଇମ୍ରାନଙ୍କୁ ତାଙ୍କ ସାମ୍ନାକୁ ଆଣିଲେ ବି ସେ ଏହି ସତ୍ୟ କଥା କହିପାରିବେ ଏବଂ ସେ ମାନିବାକୁ ବାଧ୍ୟ ହେବେ ବୋଲି ସର୍ଫରାଜ କହିଛନ୍ତି। ଜଣେ ନୁହେଁ ବରଂ ଅନେକ ଇମ୍ରାନଙ୍କୁ ନିଶା ସେବନ କରୁଥିବା ନେଇ ଦେଖିଛନ୍ତି ବୋଲି ପାକିସ୍ତାନୀ ଟିଭିରେ କହିଛନ୍ତି ସର୍ଫରାଜ ନଓ୍ବାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.