Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମିଆଁଦାଦଙ୍କ ପାଗଳାମି, ଭାରତ ବିରୋଧରେ ICC କୁ ପରାମର୍ଶ : “ ନଟ୍ ଏ ସେଫ୍ କଣ୍ଟ୍ରି”

27/12/2019 at 6:58 PM

ନୂଆଦିଲ୍ଲୀ ୨୭।୧୨: ପାକିସ୍ତାନୀ କ୍ରିକେଟରଙ୍କ ଚରିତ୍ର ବଡ଼ ବିଚିତ୍ର । ଖେଳ ଆଉ ପାକିସ୍ତାନରସ୍ଥିତି ଅପେକ୍ଷା ସେମାନେ ବେଶି ଭାରତର ଘଟଣା ରେ ମୁଣ୍ଡ ପୁରାନ୍ତି । ଏମିତି ଜଣେ ଭାରତ ବିରୋଧି ପାକ୍ କ୍ରିକେଟର ଜାଭେଦ ମିଆଁଦାଦ୍ । ଏହି ଭେଟେରାନ କ୍ରିକେଟର ମୂଳରୁ ଭାରତ ବିରୋଧୀ । ଏବେ ସେ ପୁଣି ଭାରତ ବିରୋଧରେ କହି କଳି ଉଖାରିଛନ୍ତି । ଭାରତରେ ନାଗରିକାତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ ତାଙ୍କୁ ଏକ ମଉକା ଦେଇଛି । ସେହି ଗଣ୍ଡଗୋଳକୁ ଇଙ୍ଗିତ କରି ସେ ଭାରତ ଏକ ନିରାପଦ ରାଷ୍ଟ୍ର ନୁହେଁ ବୋଲି କହିଛନ୍ତି । କେବଳ କହିନାହାନ୍ତି, ତାଙ୍କ ନିଜ ଦେଶ ଭୋଗିଥିବା ଦଣ୍ଡ ଭାରତ ଭୋଗିବା ଦରକାର ବୋଲି ଯୁକ୍ତି ବି କରିଛନ୍ତି ।

  ଏହା ମିଆଁଦାଦ୍ ଙ୍କ ବାଚଳାମି ବୋଲି କୁହାଯାଇପାରେ ।ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ , ଆଇସିସିକୁ ପରାମର୍ଶ ଦେଇଛନ୍ତି ଭେଟେରାନ ପାକ୍ କ୍ରିକେଟର । ଭାରତକୁ ଆଙ୍ଗୁଠି ଦେଖାଇ କହିଛନ୍ତି , “ ନଟ୍ ଏ ସେଫ୍ କଣ୍ଟ୍ରି  “ । ତେଣୁ ଭାରତରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ନକରାଇବାକୁ, ବିଦେଶି ରାଷ୍ଟ୍ରର ଟିମ୍ଙ୍କୁ ଭାରତ ଭ୍ରମଣରୁ ନିବୃତ୍ତ  କରିବାକୁ  ଆଇସିସି ନିକଟରେ ଦାବି ସହ ପରାମର୍ଶ ବି ଦେଇଛନ୍ତି । କେବଳ ସେତିକି ନୁହେଁ ,ଭାରତ ସହ ସମସ୍ତ କ୍ରିକେଟ ସଂପର୍କକୁ ସସ୍ପେଣ୍ଡ କରିବା ଲାଗି ସେ ଆଇସିସିକୁ କହିଛନ୍ତି । ଆହୁରି କହିଛନ୍ତି, ଯେପରି ପାକିସ୍ତାନ ସହ ଆଇସିସି କ୍ରିକେଟ ସଂପର୍କକୁ କିଛି ଦିନ ସସ୍ପେଣ୍ଡ କରିଥିଲା , ଭାରତ ପାଇଁ ଏବେ ସେପରି କରୁ ।

 ପ୍ରକାଶଯୋଗ୍ୟ ଯେ, ଦୀର୍ଘ ଦଶନ୍ଧି ପରେ  ପାକିସ୍ତାନ ମାଟିରେ ଏବେ ଟେଷ୍ଟ ସିରିଜ ଅନୁଷ୍ଠିତ ହୋଇଛି ।୨୦୦୯ ରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ ଟିମ୍ ର ବସ୍ ଉପରେ  ଆତଙ୍କବାଦୀଙ୍କ ଗୁଳି ମାଡ ପରଠୁ, ପାକିସ୍ତାନକୁ କେହି ବିଦେଶି ଠିମ୍ ଆସୁନଥିଲେ ।ଆଇସିସି ମଧ୍ୟ ସୁରକ୍ଷା ଆଲରେ ପାକିସ୍ତାନ ସହ କ୍ରିକେଟ ସଂପର୍କରେ କିଚି ଚେକ୍ ଦେଇଥିଲା । ଏବେ ସେହି କଥାକୁ ମନେ ପକାଇ ଭାରତ  ପ୍ରତି ସେଭଳି ପଦକ୍ଷେପନେବାକୁ ଆଇସିସିକୁ କହୁଛନ୍ତି ମିଆଁଦାଦ୍ ।ପାକ୍ପାସିୟନ ଡଟି କମ୍ ନାମକ ଏକ ଡିଜିଟାଲ ମିଡିଆରେ ମିଆଁଦାଦ୍ ଏପରି କିଛି କହୁଥିବା ଭିଡିଓ ଅପଲୋଡ ହୋଇଛି । ମିଆଁଦାଦ୍ କହିଛନ୍ତି, ପାକିସ୍ତାନ ନୁହେଁ , ଭାରତ ଏବେ କୌଣସି ବିଦେଶି କ୍ରିକେଟ ଟିମ୍ ପାଇଁ ନିରାପଦ ନୁହେଁ । ଏହା କହିବା ବେଳେ ସେ , ଜଣେ ସାଧାରଣ ମଣିଷ ଭାବେ ଏହା ତାଙ୍କର ଚିନ୍ତା ବୋଲି କହିଛନ୍ତି । ତେବେ କେବଳ ମିଆଁଦାଦ୍ ନୁହନ୍ତି, ତାଙ୍କ ଆଗରୁ ପାକିସ୍ତାନ କ୍ରିକେଟ ବୋର୍ଡ  ସଭାପତି ଏହେସାନ ମନି ବି କହିଥିଲେ, ଭାରତ  ବିଦେଶି କ୍ରିକେଟରଙ୍କ ପାଇଁ ଆଉ ନିରାପଦ ନୁହେଁ ।ତେବେ ସେତେବେଳେ ବିସିସିଆଇ ସଙ୍ଗେ ସଙ୍ଗେ ରିଆକ୍ଟ କରିଥିଲେ । ମନିଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା ସହ, ସେ ଏକ ଅଯୁକ୍ତିକର କଥା କହୁଥିବା କହିଥିଲେ ବିସିସିଆଇ ଟ୍ରେଜରର ଅରୁଣ ଧୁମଲ ।

କରାଚୀରେ ପାକିସ୍ତାନ- ଶ୍ରୀଲଙ୍କା ଟେଷ୍ଟ ପରେ ପିସିବି ଏବଂ ବିସିସଆଇ କଥା କଥାକଟାକଟି ଚର୍ଚ୍ଚାରେ ରହିଥିଲା । ଆଉ ଏବେ ମିଆଁଦାଦ୍ ପୁଣି ଉଖାରିଛନ୍ତି  । ତେବେ ଏହି ପାକିସ୍ତାନୀ ବ୍ୟଟ୍ସମ୍ୟାନ୍ଙ୍କ ଝଗଡା ମନୋବୃତ୍ତି ଆଗରୁ ଜଣାଶୁଣା । ପଡିଆ ଭିତରେ ଓ ବାହାରେ ସବୁଟି ମିଆଁଦାଦ୍ ଜଣେ ବିବାଦୀୟ କ୍ରିକେଟର ଓ ବ୍ୟକ୍ତି ଭାବେ  ପରିଚିତ । ଆୁ ଏବେ ଭାରତ ବିରୋଦରେ ଆଇସିସିକୁ ତାଙ୍କ ପରାମର୍ଶ ଏକ ସଂଘାତିକ ବାଚଳାମି ନିଶ୍ଚୟ । କାରଣ ଦୀନେଶ କାନରିଆ  ପ୍ରସଙ୍ଗ ଏବେ ଚର୍ଚ୍ଚାରେ ଥିବା ବେଳେ ଏବଂ ଅନ୍ୟ ଜଣେ ପ୍ରସିଦ୍ଧ ପାକ୍ କ୍ରିକେଟର ସୋଏବ ଅଖତାର ପାକିସ୍ତାନ ଖେଳାଳିଙ୍କ ହିନ୍ଦୁ ବିରୋଧି ଆଭିମୁଖ୍ୟର ଗୁମର ଖୋଲିବା ବେଳେ ମିଆଁଦାଦ୍ଙ୍କ ମନ୍ତବ୍ୟ ସଇତାନ୍ର ବେଦପାଠ ଭଳି ନୁହେଁ କି ?

   Related Posts