ଭାରତୀୟ ଦଳଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ କ୍ରିକେଟର, କହିଲେ- ପରିଶ୍ରମ କରନ୍ତୁ ପାକିସ୍ତାନ ଖେଳାଳି

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ, ୨୩/୦୧: ଭାରତୀୟ କ୍ରିକେଟ୍ ଟିମ୍ ପୂର୍ବ ତିନି ବର୍ଷ ଭିତରେ ଅଷ୍ଟ୍ରେଲିଆକୁ ଲଗାତାର ୨ଟି ଟେଷ୍ଟ ସିରିଜ୍‌ରେ ମାତ୍ ଦେବାକୁ ସକ୍ଷମ ହୋଇଛି । ଚଳିତ ବର୍ଷ ଟେଷ୍ଟ ସିରିଜ୍‌ରେ ଦଳ ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ୨-୧ରେ ହରାଇ ଇତିହାସ ରଚିଛି । ଏହି ବିଜୟ ପରେ ଭାରତୀୟ ଦଳଙ୍କୁ ବିଶ୍ୱର ବିଭିନ୍ନ ଦେଶରୁ ଶୁଭେଛାର ସୁଅ ଛୁଟୁଛି ।

ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏହି ବିଜୟକୁ ନେଇ ଚର୍ଚ୍ଚା ହୋଉଥିବା ଜଣା ପଡ଼ିଛି । ପାକିସ୍ତାନର ପୂର୍ବତନ ପ୍ରଖ୍ୟାତ କ୍ରିକେଟର ଜହୀର ଆବାସ ଭାରତ ଏକ ମଜ୍ବୁତ୍ ଟିମ୍ ପ୍ରସ୍ତୁତ କରିଥିବା କହିଛନ୍ତି । ଏହାଛଡ଼ା ଭାରତ କ୍ରିକେଟ୍ ଢ଼ାଞ୍ଚାରେ ପୂର୍ବ ଦଶ ବର୍ଷରେ ଯେଉଁ ପରିବର୍ତ୍ତନ କରିଛି ତାହାର ପରିଶ୍ରମର ଫଳ ଏବେ ସାମ୍ନାକୁ ଆସିଥିବା ସେ କହିଛନ୍ତି ।

ଆବାସ ପାକିସ୍ତାନ କ୍ରିକେଟ୍ର ପତନକୁ ନେଇ କହିଛନ୍ତି ଯେ, ସଫଳତାର ପୁଞ୍ଜି କେବଳ କଠିନ ପରିଶ୍ରମ ହିଁ ହୋଇଥାଏ । କ୍ରିକେଟ୍ରେ ସେ ସଦାବେଳେ ମାନି ଆସିଛନ୍ତି ଯେ, ଖେଳାଳୀ କେତେ ପରିଶ୍ରମ କରୁଛି ଏବଂ କେତେ ସମୟ ଖେଳକୁ ଦେଉଛି ତାହା ହିଁ ତାର ସଫଳତାକୁ ସୂଚାଇ ଥାଏ । କୌଣସି କୋଚିଙ୍ଗ୍ ହେଉ ବା କାହାର ପରାମର୍ଶ ହେଉ ଯେଉଁ ପର୍ଯ୍ୟନ୍ତ ଖେଳାଳି ନିଜେ ପରିଶ୍ରମ ନକରିଛି ସେ ପର୍ଯ୍ୟନ୍ତ ସେ ସଫଳତା ପାଇନଥାଏ ।

ଏସିଆର ବ୍ରାଡ୍ମ୍ୟାନ କୁହାଯାଉଥିବା ଆବାସ ଭାରତ-ଅଷ୍ଟ୍ରେଲିଆ ସିରଜ୍କୁ ନେଇ କହିଛନ୍ତି, ଭାରତୀୟ ଟିମ୍ ବିରାଟ କୋହଲି ଏବଂ ତାର ବରିଷ୍ଠ ଖୋଳାଳିଙ୍କ ବିନା ସହାୟତାରେ ଏହି ସଫଳତା ପାଇଛି । ପାକିସ୍ତାନ ଖେଳାଳି ଏଥି ପ୍ରତି ଧ୍ୟାନ ଦେଇ ଅଧିକ ପରିଶ୍ରମ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.