ମୁସାରଫଙ୍କ ଦିଲ୍ଲୀ ଲିଙ୍କ୍ : ପାକିସ୍ତାନର ସର୍ବ ଶକ୍ତିମାନ ନେତାରୁ ଦେଶଦ୍ରୋହୀ, ମୃତ୍ୟୁଦଣ୍ଡ ପାଇଥିବା ମୁସାରଫଙ୍କର ଦରିଆଗଞ୍ଜରେ ରହିଛି ସନ୍ତକ
18/12/2019 at 12:02 PM

ଇସଲାମାବାଦ ୧୮।୧୨: ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ନେତା କୁହାଯାଉଥିବା ପରଭେଜ ମୁସାରଫ୍ଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ । କିଛି ବର୍ଷ ପରେ ପୁଣି ଜଣେ ରାଷ୍ଟ୍ରପତିଙ୍କୁ ପାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ପିକାର ଅଲ୍ଲୀ ଭୁଟ୍ଟୋଙ୍କୁ ଫାଶୀ ଦିଆଯାଇଥିଲା । ବହୁତ ଲମ୍ବା ସମୟ ପରେ ପୂର୍ବତନ ରାଷ୍ଟ୍ରପତି ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଛି । ମୁସାରଫ କିଛି ବର୍ଷ ଆମେରିକାରେ ରହିବା ପରେ ,ଏବେ ସେ ଦୁବାଇରେ ରହୁଛନ୍ତି ।

୧୧ଅଗଷ୍ଟ ୧୯୪୩ରେ ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଜନ୍ମ ହୋଇଥିଲେ ପରଭେଜ ମୁସାରଫ । ଭାରତ ବିଭାଜନ ପରେ ମୁସାରଫଙ୍କ ପରିବାର ପାକିସ୍ତାନ କରାଚିରେ ଯାଇ ରହିଥିଲେ । ମୁସାରଫ ପାକିସ୍ତାନ ସେନା ଅଧ୍ୟକ୍ଷ ଓ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ , ପରେ ୨୦ଜୁନ୍ ୨୦୦୧ରୁ ୧୮ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ୧୦ତମ ରାଷ୍ଟ୍ରପତି ରହିଥିଲେ ।

ପୁରୁଣା ଦିଲ୍ଲୀର ଯେଉଁଘରେ ମୁସାରଫଙ୍କ ଜନ୍ମ ହୋଇଥିଲା, ଏବେ ଏହି ସବୁ ଘର ବହୁ ପୁରୁଣା ଓ ଦୁର୍ବଳ ହୋଇସାରିଛି । ଏହି ଆଲିଶାନ ଘର ଦେଖି ଅନ୍ଦାଜ ଲଗାଇପାରୁଥିବେ ଯେ, ମୁସାରଫ ବିଗତ ଦିନରେ ଗୋଟିଏ ଜଣାଶୁଣା ପରିବାରରେ ରହୁଥିଲେ । ଏବେ ଏହି ହାବେଳିମୁଣା ଘରରେ ଆଠ ପରିବାର ରହୁଛନ୍ତି । ୨୦୦୧ ବର୍ଷରେ ଭାରତ ଗସ୍ତ ସମୟରେ ଏହି ବଙ୍ଗଳାକୁ ଗସ୍ତ କରିଥିଲେ, ଯେଉଁଠାରେ ନିଜର ପିଲାଦିନ ବିତିଥିଲା । ବିଭାଜନ ପରେ ମୁସାରଫଙ୍କ ପରିବାର ପାକିସ୍ତାନରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ଛାଡିଥିବା ସମୟରେ ମୁସାରଫଙ୍କୁ ମାତ୍ର ୪ବର୍ଷର ବୟସ ହୋଇଥିଲା ।

୨୦୦୧ ସମୟରେ ସେ ଘରେ ରହୁଥିବା ଲୋକଙ୍କ ଏହା ମଧ୍ୟ ଜଣାନଥିଲା ଯେ, ଏହି ଘରର ମାଲିକ କିଏ । ଘରର ଅସଲି କାଗଜପତ୍ରରେ ଉର୍ଦ୍ଦୃରେ ଲେଖା ଅଛି । ଯାହାଉପରେ ମୁସାରଫଙ୍କ ନାମରେ ଇଂରାଜୀରେ ଲେଖା ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି କି, ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ସଂସ୍ଥାପକ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ସର ସୟଦ ଅହମ୍ମଦ ସେତେବେଳେ ମୁସାରଫଙ୍କ ପଡୋଶୀ ଘରେ ରହୁଥିଲେ ।

ଅପ୍ରେଲ ୧୯୯୯ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧ ସମୟରେ ଚର୍ଚ୍ଚାକୁ ଆସିଥିଲେ ପରଭେଜ ମୁସାରଫ । କାରଣ ଏହି ସମୟରେ ପାକିସ୍ତାନର ସେନା ପ୍ରମୁଖ ଥିଲେ ମୁସାରଫ । ସେନାଧ୍ୟକ୍ଷ ଥିବା ସମୟରେ ଭାରତକୁ ଏକ ଶକ୍ତ ଧକ୍କା ଦେଇଥିଲେ, ଯାହାକୁ କେବେ ଭାରତବାସୀ ଭୁଲିପାରିବେ ନାହିଁ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ସହିତ ସମ୍ପର୍କ ସୁଧାରିବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ କରିଥିଲେ, କିନ୍ତୁ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। ପରଭେଜ ମୁସାରଫ ଅଟଳ ବିହାରୀ ବାଜପୋୟୀଙ୍କୁ ସହିତ ହାତ ମିଳାଇବା ପାଇଁ ପଛଘୁଞ୍ଚା ଦେଇଥିଲେ ।

ଜେନେରାଲ ପରଭେଜ ମୁସାରଫ ୧୯୬୧ରେ ପାକିସ୍ତାନ ସେନା ସାମିଲ ହୋଇଥିଲେ । ସେ ଜଣେ ଭଳ ଖେଳାଳି ମଧ୍ୟ ଥିଲେ । ୧୯୬୫ରେ ସେ ନିଜ ଜୀବନର ପ୍ରଥମ ଯୁଦ୍ଧ ଲଢିଥିଲେ । ମୁସାରଫଙ୍କ ସାହସକୁ ଦେଖି ପାକିସ୍ତାନ ସରକାର ବୀରତା ପୁରସ୍କାର ଦେଇଥିଲେ । ମୁସାରଫଙ୍କ ନେତୃତ୍ବରେ ୧୯୭୧ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହୋଇଥିଲା । ୧୯୯୯ରେ କାରଗିଲ ଯୁଦ୍ଧରେ ମଧ୍ୟ ଭାରତ ଠାରୁ ପରାସ୍ତ ହୋଇ ବିଶ୍ବ ସମୁଦାୟ ଆଗରେ ଲଜ୍ଜିତ ହେବାକୁ ପଡିଥିଲା ।

ଅକ୍ଟୋବର ୧୯୯୮ରେ ମୁସାରଫଙ୍କୁ ସୈନ୍ୟବାହିନୀର ପ୍ରମୁଖ ଭାବେ ଦାୟିତ୍ବ ନେଇଥିଲେ । ୧୯୯୯ରେ ମୁସାରଫ ବିନା ରକ୍ତପାତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିଲେ । ମୁସାରଫ ବିରୋଧରେ ଷଡଯନ୍ତ୍ର ଅଭିଯୋଗରେ ଅଦାଲତ ନୱାଜଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ୨୦୦୨ରେ ହୋଇଥିବା ସାଧାରଣ ନିର୍ବାଚନରେ ସେ ବହୁମତ ପାଇଥିଲେ ।

ଜୁଲାଇ ୨୦୦୧ରେ ପରଭେଜ ମୁସାରଫ ଭାରତ ସହିତ ସମ୍ପର୍କ ସୁଧାରିବା ପାଇଁ ଆଗ୍ରା ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ ବହୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଲମ୍ବା ସମୟ ପରେ ଦୁଇ ଦେଶର ପ୍ରମୁଖ ନେତାଙ୍କ ବୈଠକକୁ ସାରା ବିଶ୍ବର ଧ୍ୟାନ ଆକଷର୍ଣ କରିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦ୍ବିପାକ୍ଷିକ ଶାନ୍ତି ବୁଝାମଣା ପାଇଁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ସେତେବେଳେ ପାକିସ୍ତାନର ଶାସକ ମୁସାରଫ ସେଥିପ୍ରତି ନିଷ୍ଠା ଦେଖାଇନଥିଲେ ।