Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପୂର୍ବତନ ପାକିସ୍ତାନୀ କ୍ରିକେଟର ଓ୍ବାସିମ ଆକ୍ରମଙ୍କ ବୟାନ : ‘ଆମେ ଭାରତ ଠାରୁ ଅଧିକ ମ୍ୟାଚ୍ ଜିତିଛୁ କିନ୍ତୁ ବିଶ୍ବକପରେ ଟିମ ଇଣ୍ଡିଆ ଠାରୁ ହାରିଯାଉଛୁ’

22/10/2021 at 5:12 PM

ନୂଆଦିଲ୍ଲୀ ୨୨/୧୦ : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ । ଟି-୨୦ ବିଶ୍ବକପ ହାତେଇବାକୁ ଜୋରଦାର କସରତ କରିବେ ସମସ୍ତ ଟିମ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ହାତେଇବା ପାଇଁ ଭାରତ ହିଁ ପ୍ରମୁଖ ଦାବିଦାର ବୋଲି ଅନେକ ପୂର୍ବତନ କ୍ରିକେଟର ମତ ଦେଉଛନ୍ତି । ତେବେ ସବୁଠାରୁ ରୋମାଞ୍ଚକର ହେବାକୁ ଯାଉଛି ଭାରତ-ପାକିସ୍ତାନ ମୁକାବିଲା । ଆସନ୍ତା ଅକ୍ଟୋବର ୨୪ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇ ଭୋଲଟେଜ୍‌ ମ୍ୟାଚ୍‌ । ଯାହାକୁ ଦେଖିବା ପାଇଁ ବିଶ୍ବର କୋଣ ଅନୁକୋଣରେ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି ।

ଭାରତ ଏବଂ ପାକିସ୍ତାନର ପ୍ରଦର୍ଶନକୁ ନେଇ ମତ ରଖିଛନ୍ତି ଅନେକ ପୂର୍ବତନ କ୍ରିକେଟର । ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାସିମ୍‌ ଆକ୍ରମ ମାନିଛନ୍ତି ଯେ, ଆମେ ଭାରତ ଠାରୁ ଅନେକ ମ୍ୟାଚ୍‌ ଜିତିଛୁ କିନ୍ତୁ ବିଶ୍ବକପରେ ଟିମ ଇଣ୍ଡିଆଠ୍ ହାରି ଯାଉଛୁ । ଓ୍ବାସିମ୍‌ ଆକ୍ରମ କହିଛନ୍ତି, ‘ପୁରା ରେକର୍ଡ ଦେଖିବାକୁ ଗଲେ ଟେଷ୍ଟ ଏବଂ ଦିନିକିଆରେ ଭାରତ ଠାରୁ ଅଧିକ ଜିତିଛି ପାକିସ୍ତାନ । କିନ୍ତୁ ମୁଁ ଚାରି ଚାରିଟି ବିଶ୍ବକପ ଖେଳିଥିଲେ ସୁଦ୍ଧା ଭାରତ ଠାରୁ ଗୋଟିଏ ବି ମ୍ୟାଚ୍‌ ଜିତିପାରିନାହୁଁ ।’

ସେ ଆହୁରି ମଧ୍ୟ କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ବଡ ମ୍ୟାଚ ହୋଇଥାଏ । ଉଭୟ ଦେଶର ଖେଳ ଦେଖିବା ପାଇଁ ପ୍ରଶଂସକମାନେ ଚାହିଁ ରହିଥାନ୍ତି । ଉଭୟ ଦଳର ଖେଳାଳୀମାନେ ମଧ୍ୟ ଖୁବ ଚାପରେ ରୁହନ୍ତି । ଥରେ ମ୍ୟାଚ ଆରମ୍ଭ ହୋଇଯିବା ପରେ ଖେଲାଳିମାନେ ଖେଳ ଉପ​‌ରେ ଫୋକସ୍‌ କରନ୍ତି ।

ପାକିସ୍ତାନର ବର୍ତ୍ତମାନର ଟିମକୁ ନେଇ ଓ୍ବାସିମ୍ ଆକ୍ରମ କହିଛନ୍ତି, ବର୍ତ୍ତମାନ ଆମ ଟିମ୍‌ ଖୁବ ଶକ୍ତିଶାଳୀ ରହିଛି । ଦଳରେ ବାବର ଆଜମ୍‌, ମହମ୍ମଦ ରିଜଓ୍ବାନଙ୍କ ଭଳି ଖେଳାଳି ବେଶ ଭଲ ଫର୍ମରେ ଅଛନ୍ତି । ଶାଣିତ ବୋଲିଂ ବାହିନୀ ମଧ୍ୟ ରହିଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆସନ୍ତା ଅକ୍ଟୋବର ୨୪ ତାରିଖ ରବିବାର ଦିନ ଟି-୨୦ ବିଶ୍ବକପ ମ୍ୟାଚ ଖେଳାଯିବ । ଓ୍ବାର୍ଲ୍ଡକପ୍‌ ଇତିହାସରେ ପାକିସ୍ତାନ କେବେବି ଭାରତ ଠାରୁ ଜିତିନାହିଁ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ କଥା କହିବାକୁ ଗଲେ ଉଭୟ ଟିମ ମୋଟ ୫ ଥର ସାମ୍ନାସାମ୍ନୀ ହୋଇଥିବା ବେଳେ ପାଞ୍ଚଟିରେ ଭାରତ ହିଁ ଜିତିଛି ।

   Related Posts