ସଡକ ଦୁର୍ଘଟଣାରେ ପୂର୍ବତନ ପାକ୍ ସେନା ମୁଖପାତ୍ର ଆସିଫ ଗଫୁର ଆହତ, ଅବସ୍ଥା ଗୁରୁତର

Published By : Prameya-News7 Bureau | February 09, 2020 IST

ଲାହୋର ୯।୨:  ପାକ୍ ସେନାର ପୂର୍ବତନ ମୁଖପାତ୍ର ଆସିଫ ଗଫୁର ଖାନ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଲାହୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରବିବାର ସାଉଦୀ ଆରବ ପଠାଯାଇଛି।

{"id":222531,"width":579,"height":347,"sizeSlug":"large"}

ଗଫୁର ଗତ ବୁଧବାର ପତ୍ନୀ ଅଲମ ଦୁଲ୍ଲିଲାହଙ୍କ ସହ ଯାଉଥିବା ବେଳେ ପାକିସ୍ତାନ ସରଗୋଧା ନିକଟରେ ତାଙ୍କ ବାହନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗଫୁରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ଲାହୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ଗଫୁରଙ୍କୁ ସରକାର ସାଉଦୀ ପଠାଇଛନ୍ତି।   

{"id":222532,"width":584,"height":376,"sizeSlug":"large"}

ଗଫୁର ସେନାମୁଖପାତ୍ର ଓ ଇଣ୍ଟରସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସପିଆର) ଡିଜି ପଦବୀରେ ଅବସ୍ଥାପିତ ଥିଲେ। ଭାରତ ବିରୋଧୀ ଟ୍ୱିଟ୍ ଲାଗି ଜଣାସୁଣା ଗଫୁର ଦିଲ୍ଲୀ ସିଏଏ ବିରୋଧକୁ ନେଇ ତ୍ରୁଟିପୂର୍ଣ୍ଣ ଟ୍ୱିଟ୍‌ କରି ଟ୍ରୋଲ ହେବାରୁ ସରକାର ତାଙ୍କୁ ପଦରୁ ହଟାଇଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ତାଙ୍କୁ ଓକାରା ୪୦ ଇନଫେଣ୍ଟ୍ରି ଡିଭିଜନର ଜିଓସି ପଦରେ ଅବସ୍ଥାପିତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ମେଜର ଜେନେରାଲ ବାବର ଇଫ୍ତିକାରଙ୍କୁ ଅବସ୍ଥାପିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.