ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ବାରୀଙ୍କ ପରଲୋକ

Published By : Prameya-News7 Bureau | August 05, 2020 IST

ଭୁବନେଶ୍ବର ୫।୮: ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ବାରୀଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ହେଲା ସେ କ୍ୟାନସର ରୋଗରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତି ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ତାଙ୍କ ଘର ରାଜଖରିଆର (ବର୍ତ୍ତମାନ ଖରିଆର) । ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି । ୧୯୬୫ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ହେଉଛନ୍ତି ଏସ୍.ଏନ୍. ତିଓ୍ବାରୀ । ସେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ପାସ୍ କରିଥିଲେ । ରାଜ୍ୟ ପୋଲିସରେ ବିଭିନ୍ନ ପଦବୀରେ ସେ କାର୍ଯ୍ୟ କରିଥିଲେ । ସେ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୋଲିସ ଭାବରେ କାର୍ଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.