Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଉଦ୍ଧବଙ୍କ ଉପରେ ବର୍ଷିଲେ ପୂର୍ବତନ ନେଭି ଅଫିସର, କହିଲେ- ଯଦି ଆଇନ ଶୃଙ୍ଖଳା ସମ୍ଭାଳି ପାରୁନ, ପଦରୁ ଇସ୍ତଫା ଦିଅ

12/09/2020 at 8:13 PM

ମୁମ୍ବାଇ ୧୨।୦୯: ହ୍ଵାଟ୍ସଆପରେ କେବଳ ଗୋଟିଏ କାର୍ଟୁନ ସେୟାର କରିବା ନେଇ ଶିବସେନା କର୍ମକର୍ତ୍ତାଙ୍କ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ନିଜର କ୍ରୋଧ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଝାଡିଛନ୍ତି। ସେ ଶାଣିତ ସ୍ଵରରେ କହିଛନ୍ତି ଯଦି ଉଦ୍ଧବ ଠାକରେ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳି ପାରୁ ନାହାନ୍ତି ତେବେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ମଦନ ଶର୍ମା କହିଛନ୍ତି ଉଦ୍ଧବ ଠାକରେଙ୍କ ସମସ୍ତ କର୍ମକର୍ତ୍ତା ଦେଶକୁ କ୍ଷମା ମାଗିବା ଉଚିତ୍।

ଶନିବାର  ସନ୍ଧ୍ୟାରେ ନିଜ ଘର ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରି ନୌସେନାର ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି, ମୁଁ ଆହତ ଅଛି ଏବଂ ମର୍ମାହତ। ମୋ ସହିତ ଯାହା କିଛି ହେଲା ତାହା ଅତ୍ୟନ୍ତ ନୈରାଶ୍ୟଜନକ। ମୁଁ ଉଦ୍ଧବ ସରକାରଙ୍କୁ ସ୍ପଷ୍ଟ ଶବ୍ଦରେ କହିବାକୁ ଚାହୁଁଛି ଯେ ଆପଣ ଯଦି ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳି ପାରୁ ନାହାନ୍ତି ତେବେ ପଦରୁ ଇସ୍ତଫା ଦେଇ ଦିଅନ୍ତୁ। ଲୋକଙ୍କୁ ସ୍ଥିର କରିବାକୁ ଦିଅନ୍ତୁ ସେ କାହାକୁ ଦାୟିତ୍ଵ ଦେବାକୁ ଚାହୁଁଛନ୍ତି।

ସେ କହିଛନ୍ତି ଉଦ୍ଧବ ଠାକରେଙ୍କ ପ୍ରତିଟି କର୍ମକର୍ତ୍ତାଙ୍କୁ ପୂରା ଦେଶ ସାମ୍ନାରେ କ୍ଷମା ମାଗିବା ଉଚିତ୍ ଯେ ଏମିତି ଘଟଣା ଯେମିତି କେବେ ବି ପୁନର୍ବାର ନଘଟେ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଆକ୍ରମଣ ପରେ ସମତା ନଗର ପୋଲିସ ଷ୍ଟେସନକୁ ଏଫଆଇଆର ରୁଜୁ ପାଇଁ ଯାଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ରାଜ୍ୟର ରାଷ୍ଟ୍ରପତି ଶାସନ ଲାଗୁ କରିବା ଏବଂ ପୁନର୍ବାର ନିର୍ବାଚନ କରିବାକୁ ଦାବି କରିଥିଲେ।

ମଦନ ଶର୍ମାଙ୍କ ଉପରେ ଆକ୍ରମଣ ମାମଲାରେ ଶିବସେନାର କର୍ମକର୍ତ୍ତା କମଲେଶ କଦମଙ୍କ ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ କିଛି ସମୟ ପରେ ସଭିଙ୍କୁ ଜାମିନ ମିଳି ଯାଇଛି। ଆକ୍ରମଣକାରୀଙ୍କୁ ଜାମିନ ମିଳିବା ନେଇ ଶର୍ମା କହିଛନ୍ତି, ଏହି ଲୋକ ମୋର ପିଲାମାନଙ୍କୁ, ମୋର ପରିବାର ଏବଂ ମୋର କ୍ଷତି ଘଟାଇ ପାରନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ, ମୋତେ ଏବଂ ମୋର ପରିବାର ସଦସ୍ୟୂଙ୍କୁ ସୁରକ୍ଷା ଦିଅନ୍ତୁ।

   Related Posts