ଶିବସେନା କର୍ମୀଙ୍କ ହମଲାର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକରୀ କହିଲେ, 'ଏବେ ମୁଁ ବିଜେପି-ଆର୍‌ଏସ୍‌ଏସ୍ ସହ ଅଛି'

Published By : Prameya-News7 Bureau | September 15, 2020 IST

ମୁମ୍ବାଇ ୧୫/୦୯ : ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କାର୍ଯ୍ୟକର୍ତ୍ତା ମାଡ ମାରିବା ଘଟଣା ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ମହାରାଷ୍ଟ୍ର ରାଜ୍ୟପକ ଭଗତ ସିଂହ କିଶୋରୀଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସେ କହିଥିଲେ । ଏହାସହ ଏହି ମାମଲାକୁ ନେଇ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କୁ ବରଖାସ୍ତ କରିବାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ମଦନ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ସେ ରାଜ୍ୟପାଳଙ୍କୁ ସାକ୍ଷତ କରି ପୁରା ଘଟଣା ସମ୍ପର୍କରେ କହିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ସାଧାରଣ ଧାରା ଲଗାଯାଇଥିଲା । ଏହି ଘଟଣାରେ ରାଜ୍ୟପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି । ମହାରାଷ୍ଟ୍ର ସରକାରଙ୍କୁ ବରଖାସ୍ତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସେ ରାଜ୍ୟପାଳଙ୍କୁ ସବି କରିଛନ୍ତି । ଏ ସମ୍ପର୍କରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ସହ କଥାବାର୍ତ୍ତା କରିବେ ବୋଲି ମଦନ ଶର୍ମାଙ୍କୁ କହିଛନ୍ତି ।

ଏହା ସହ ମଦନ ଶର୍ମା କହିଛନ୍ତି ଯେ, ଯେତେବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା ସେ ବିଜେପି-ଆରଏସଏସ ସହ ଅଛନ୍ତି ଏବଂ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ସେଥିପାଇଁ ସେ ବର୍ତ୍ତମାନ ବିଜେପି ଆରଏସଏସକୁ ସମର୍ଥନ କରୁଛନ୍ତି ।

ଶିବସେନା କର୍ମୀ ନୌସେନାର ପୂର୍ବତନ ଅଧିକାରୀଙ୍କୁ ହମଲା କରିଥିବା ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କୁ ଓ ଦେଶକୁ କ୍ଷମା ମାଗନ୍ତୁ ବୋଲି ମଦନ ଶର୍ମା ଦାବି କରିଥିଲେ । ଏହାସହ ସେ କହିଥିଲେ ଯେ ଆଇନ ବ୍ୟବସ୍ଥା ଲାଗୁ କରିବାରେ ଯଦି ରାଜ୍ୟ ସରକାର ଅସମର୍ଥ ତାହେଲେ ନିଜ ପଦବୀରୁ ଇସ୍ତଫା ଦେଇଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.