ମୁମ୍ବାଇର ପୂର୍ବତନ କ୍ରିକେଟରଙ୍କ କରୋନାରେ ମୃତ୍ୟୁ: ଲଗାତାର ୭ଟି ମ୍ୟାଚ୍‌ରେ କରିଥିଲେ ୭ଟି ଶତକ

Published By : Prameya-News7 Bureau | September 17, 2020 IST

ମୁମ୍ବାଇ ୧୭/୦୯ : ମୁମ୍ବାଇର ପୂର୍ବତନ କ୍ରିକେଟର ସଚିନ ଦେଶମୁଖଙ୍କ କରୋନାରେ ମୃତ୍ୟୁ ହୋଇଛି। ଥାଣେ ବେଦାନ୍ତ ହସ୍ପିଟାଲରେ ମଙ୍ଗଳବାର ଦିନ ୫୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଅନେକ ଦିନ ହେଲା ଜ୍ୱରରେ ପୀଡିତ ଥିଲେ କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ମନା କରି ଦେଇଥିଲେ ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି । ୯ ଦିନ ପରେ ଜଣାପଡିଥିଲା ଯେ ସେ କରୋନାରେ ଆକ୍ରାନ୍ତ । ସଚିନ ଦେଶମୁଖ ଜଣେ ବହୁତ ଭଲ କ୍ରିକେଟ ଖେଳାଳି ଥିଲେ । ତାଙ୍କ ସମୟରେ ସେ ମୁମ୍ବାଇ ଓ ମହାରାଷ୍ଟ୍ର ରଣଜୀ ଟିମରେ ଖେଳିଥିଲେ । କିନ୍ତୁ ପ୍ଲେଇଂ ଇଲେଭେନରେ ତାଙ୍କୁ କେବେ ମଉକା ମିଳିନଥିଲା ।

{"id":330720,"sizeSlug":"large"}

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ସଚିନ ଦେଶମୁଖ ୧୯୮୬ କୁଚ ବିହାର ଟ୍ରଫିରେ ତାଙ୍କ ଅଧିନାୟକତ୍ୱରେ ଧମାଲ କରିଦେଇଥିଲେ । ୫ଟି ଇନିଂସରେ ସେ ୩ଟି ଶତକ କରିଥିଲେ । ଏଥିରେ ୧୮୩, ୧୩୦ ଓ ୧୧୦ ରନ ସାମିଲ ଅଛି । ସଚିନଙ୍କ ବନ୍ଧୁ ଅଭିଜିତ ତାଙ୍କ ସହ ସ୍କୁଲରେ ମଧ୍ୟ କ୍ରିକେଟ ଖେଳିଥିଲେ । ସଚିନ ମୁମ୍ବାଇରେ ରାଜସ୍ବ ଓ ଅବକାରୀ ବିଭାଗରେ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ ।

୧୯୯୦ ମସିହାରେ ଇଣ୍ଟର ଟୁର୍ନାମେଣ୍ଟରେ ସଚିନ ୭ଟି ମ୍ୟାଚରେ ୭ଟି ଶତକ କରି ରେକର୍ଡ କରିଥିଲେ । ସେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ । ତାଙ୍କ ମୃତ୍ୟୁରେ ତାଙ୍କର ଆଉ ଜଣେ ବନ୍ଧୁ ସମସ୍ତଙ୍କୁ ସନ୍ଦେଶ ଦେଇଛନ୍ତି ଯେ କରୋନାକୁ କେହି ସାମାନ୍ୟ ଭାବେ ନ ନିଅନ୍ତୁ । ସୂଚନା ଅନୁଯାୟୀ ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.