Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାଜ୍ୟ ସରକାରଙ୍କ ୫-ଟିକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ

31/07/2019 at 12:53 PM

ନବରଙ୍ଗପୁର ୩୧|୭: ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରିତାକୁ ନେଇ ନବରଙ୍ଗପୁରରେ ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ୍ ଗଠନକୁ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କଟାକ୍ଷ କରିଛନ୍ତି । 

ଜିଲ୍ଲା ବିଜେପି ଦଳର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଳଭଦ୍ର ଯୋଗଦେଇ କହିଛନ୍ତି ଯେ,  ବର୍ତମାନ ସମୟରେ ସରକାରଙ୍କ ଯୋଜନା ଠିକ୍ ଭାବରେ କାର୍ଯ୍ୟ ହେଉଛି କି ନାହିଁ, ଟ୍ରାନ୍ସଫରେଂସି ଟିମଓ୍ବାର୍କ ମାଧ୍ୟମରେ ଯେଉଁ ନୀତି ଆପଣେଇଛନ୍ତି ତା ହେଲେ ଭିଜିଲେନ୍ସ ବିଭାଗ କେଉଁ କାମ ଅନୁଧ୍ୟାନ କରିବ ବୋଲି ପ୍ରଶ୍ନ କରିଛନ୍ତି | ଭିଜିଲାନ୍ସ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ତଦନ୍ତ କରିବାର କ୍ଷମତା ଥିଲା ବେଳେ ଏହାକୁ ଦୁର୍ବଳ କରିବା ପାଇଁ ସରକାର ୫-ଟି ଗଠନ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ଅନ୍ୟପଟେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ କାଦୁଅ ମାଟି ରାସ୍ତାକୁ ନିଜେ ମୋରମ ପକାଇ ସମତୁଲ କରିବାକୁ ତାତ୍ସଲ୍ୟ କରିଛନ୍ତି ବଳଭଦ୍ର ।   ବିଧାୟକମାନେ ବର୍ଷା କାଳୀନ ଅଧିବେଶନ ଚାଲିଥିବା ବେଳେ ବିଧାନସଭାରେ ଅନୁପସ୍ଥିତ ରହି ଏନଆରଇଜିଏସ ରାସ୍ତାରେ କୋଦାଳ ଧରି ମାଟି ତାଡିବା ଓ ପାର୍ଟିର କର୍ମକର୍ତ୍ତା ଭିଡିଓ କରି ସୋସିଆଲ ମିଡିଆରେ  ଶସ୍ତା ରାଜନୀତି ଓ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି |

ଜିଲ୍ଲାରେ ଡାକ୍ତର ଅଭାବ ଥିବାବେଳେ କେଉଁ ଆଧାରରେ ବର୍ତମାନ ସାଂସଦ ମେଡିକାଲ କଲେଜର ସ୍ବପ୍ନ ଦେଖୁଛନ୍ତି ବୋଲି ପୂର୍ବତନ ସାଂସଦ ବଳଭଦ୍ର ମାଝୀ ପ୍ରଶ୍ନ ଉଠାଇଛନ୍ତି | ରାଜ୍ୟ ସରକାରଙ୍କ ଦ୍ଵାରା ଜୟପୁର-ନବରଙ୍ଗପୁର ରେଳ ରାସ୍ତା ପାଇଁ ଜମି ଅଧିଗ୍ରହଣ ହୋଇ ନଥିବା ବେଳେ କେଉଁ ଆଧାରରେ ବର୍ତ୍ତମାନ ସାଂସଦ ରମେଶ ମାଝି ଲୋକସଭାରେ ରେଲୱେ ପ୍ରଶ୍ନ ଉଠାଇଛନ୍ତି ତା ସାଂସଦଙ୍କ  ଦୂରଦୃଷ୍ଟିର ଅଭାବ ରହିଥିବା ଜିଲ୍ଲା ବିଜେପି ଦଳ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶ୍ନ କରିଛନ୍ତି |

   Related Posts