Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ

22/11/2018 at 11:43 AM

ଭୁବନେଶ୍ବର ୨୨|୧୧:  ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସେ କର୍କଟ ରୋଗରେ ପୀଡିତ ଥିଲେ । ସେ ୨୦୧୦ରୁ ୨୦୧୬ ଯାଏଁ ରାଜ୍ୟସଭାରେ ସାଂସଦ ଥିଲେ । ରାଜନୀତି ସହିତ ସମାଜସେବା ଏବଂ ଲେଖକ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି । ଭାଷା ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ବୈଷ୍ଣବ ପରିଡା । ସ୍ବର୍ଗତ ବୈଷ୍ଣବ ପରିଡା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳରୁ ପ୍ରତିନିଧିତ୍ବ କରିଥିଲେ । ସେ ରାଜନୈତିକ ଜୀବନରେ ସିପିଆଇ, କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବିଜେଡି ସହିତ ଥିଲେ । ୨୦୧୦ରୁ ୨୦୧୬ ଯାଏଁ ସେ ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ବ କରିଥିଲେ । ସମାଜବାଦୀ ପାର୍ଟିର ରାଜ୍ୟ ଶାଖା ସଭାପତି ଥିଲେ । ବିଜେଡିର ସାଧାରଣ ସଂପାଦକ ଥିଲେ ବୈଷ୍ଣବ ପରିଡା । ଭାଷା ଆନ୍ଦୋଳନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ସ୍ବର୍ଗତ ବୈଷ୍ଣବ ପରିଡା ୧୯୪୧ ମସିହା ଫେବ୍ରୁଆରି ମାସ ୧୫ ତାରିଖରେ ଯାଜପୁରରେ ଜନ୍ମ ଗ୍ରହଣ କରିଥିଲେ। ଭାଷା ଆନ୍ଦୋଳନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ କଲିକତାରୁ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । ସେ ମସ୍କୋ ବିଶ୍ବ ବିଦ୍ୟାଳୟରୁ ଏମ୍ ଫିଲ୍ କରିଥିଲେ । ୧୯୬୦ ମସିହାରୁ ୧୯୯୨ ମସିହା ସମୟ ଧରି ଜଣେ ବାମପନ୍ଥୀ ନେତା ଭାବେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ୧୯୯୩ରେ ଶ୍ରୀ ପରିଡା କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସେହିପରି ୧୯୯୮ ମସିହାରେ ଶ୍ରୀ ପରିଡା ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ସେ ବିଜୁ ଜନତା ଦଳରେ ସାମିଲ ହୋଇ ବିଜେଡି ଦଳରୁ ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

୧୯୭୪ରୁ ୧୯୮୯ ପର୍ଯ୍ୟନ୍ତ ସେ ତତ୍କାଳୀୟ ସୋଭିଏତ ୟୁନିୟନର ମସ୍କୋରେ ରହିଥିଲେ । ଭାରତ-ସୋଭିଏତ୍ ସମନ୍ବୟରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ସେଠାରେ ସେ ରୁଷୀୟ ନ୍ୟୁଜ୍ ଏଜେନସି ରିଆ ନୋଭୋସ୍ତିର ପ୍ରତିନିଧି ଭାବେ ମଧ୍ୟ ରହିଥିଲେ । ଜଣେ ମାର୍କସବାଦୀ ଓ ସମାଜବାଦୀ ଭାବେ ଜଣାଶୁଣା ବୈଷ୍ଣବ ପରିଡ଼ା ରାଜନୈତିକ ଜୀବନ ଆରମ୍ଭରୁ ସିପିଆଇ ସହିତ ରହିଥିଲେ । ତେବେ ପରେ ସେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବିଜେଡି ସହିତ ରହିଥିଲେ ।

   Related Posts