Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||

ଦାମ-ବୈଜୟନ୍ତ ଆଲୋଚନା : ଭିନ୍ନ ଏକ ରାଜନୈତିକ ସମୀକରଣର ସମ୍ଭାବନା !

13/09/2018 at 10:20 AM

ଭୁବନେଶ୍ବର ୧୩|୯: ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆଜି ସକାଳ ୮ଟା ୪୫ମିନିଟ୍ ରେ ଦୁଇ ନେତା ଦୀର୍ଘ ୨୦ମିନିଟ୍ ଧରି ଆଲୋଚନା କରିଛନ୍ତି । ଏହି ସାକ୍ଷାତ ଓ ଆଲୋଚନା ସୌଜନ୍ୟମୂଳକ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି । ତେବେ ଏହି ସାକ୍ଷାତ ଆଲୋଚନା ପଛରେ ଏକ ଭିନ୍ନ ରାଜନୈତିକ ସମୀକରଣର ସମ୍ଭାବନା ରହିଥିବା ସ୍ପଷ୍ଟ ଜଣାପଡୁଛି । ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୨୪ ତାରିଖରେ ବୈଜୟନ୍ତଙ୍କୁ ମଧ୍ୟ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ନିଲମ୍ବିତ କରାଯାଇଥିଲା ଏବଂ ମେ’ ମାସରେ ବୈଜୟନ୍ତ ଦଳ ପରିତ୍ୟାଗ କରିଥିଲେ ।

ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଉଭୟ ନେତା ନବୀନଙ୍କ ଉପରେ ବର୍ଷିଛନ୍ତି । ନବୀନ ନଯିବା ଯାଏଁ ରାଜ୍ୟର ମଙ୍ଗଳ ନାହିଁ ବୋଲି କହିଛନ୍ତି । ସବୁ ନବୀନ ବିରୋଧୀ ଏକାଠି ହେବେ କି ବୋଲି ପ୍ରଶ୍ନର କୌଣସି ସିଧାସଳଖ ଉତ୍ତର ଉଭୟ ଦେଇନଥିଲେ ମଧ୍ୟ ସେଭଳି ସମ୍ଭାବନାକୁ ଖଣ୍ଡନ ମଧ୍ୟ କରିନାହାନ୍ତି ।

ଯିଏ ଅଭିଯୋଗ କରୁଛି ଦଳ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦୁର୍ଭାଗ୍ୟଜନକ ବୋଲି ବୈଜୟନ୍ତ କହିଛନ୍ତି । ଆଗାମୀ ଦିନରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ ସଂକେତ ଦେଇଛନ୍ତି । ଅନ୍ୟ ପକ୍ଷରେ ଡାକ୍ତର ରାଉତ ଚିରାଚରିତ ଭାବେ ନବୀନଙ୍କୁ ଆକ୍ଷେପ କରିବା ସହ ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ଆନ୍ନା ହଜାରେଙ୍କ ଭଳି ସମଗ୍ର ରାଜ୍ୟ ପରିକ୍ରମା କରିବେ ବୋଲି କହିଛନ୍ତି । ତାଙ୍କ ବହିଷ୍କାରରେ ଖୁସି ହୋଇ ଜଗତସିଂହପୁର ବିଜେଡି ସଭାପତି ବିଷ୍ଣୁ ଦାସ ଜଗତସିଂହପୁରରେ ବାଣ ଫୁଟାଇଛନ୍ତି । କିନ୍ତୁ ବାଣ କେମିତି ଫୁଟେ ତାହା ସେ ଜଗତସିଂହପୁର ଗଲେ ବୁଝାଇଦେବେ ବୋଲି ମଧ୍ୟ କହିଛନ୍ତି । ଦାମ ଅତୀତରେ ଗଢିଥିବା ବିଜୁ ବିଚାର ମଞ୍ଚକୁ ସକ୍ରିୟ କରିବେ ବୋଲି ମଧ୍ୟ ସଂକେତ ଦେଇଛନ୍ତି ।

   Related Posts