ଭଦ୍ରକରେ ପହଁଚିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପାର୍ଥିବ ଶରୀର, ଜନ୍ମସ୍ଥାନରେ ଦିଆଯିବ ଅନ୍ତିମ ବିଦାୟ

Published By : Prameya-News7 Bureau | June 09, 2020 IST

ଭଦ୍ରକ, ୦୯|୦୬:   ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପାର୍ଥିବ ଶରୀର ଭଦ୍ରକରେ ପହଁଚିଛି । ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେରେ ସହର ପରିକ୍ରମା କରିବା ପରେ ଜିଲ୍ଲା ବଜେପି କାର୍ଯ୍ୟାଳୟ ଠାରେ କିଛି ସମୟ ପାଇଁ ରଖାଯାଇଥିଲେ ।

କାର୍ଯ୍ୟାଳୟରେ ସର୍ବସାଧାରଣ ଦର୍ଶନ ପରେ ଭଦ୍ରକସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଛି । ଅର୍ଜୁନଙ୍କ ପାର୍ଥିବ ଶରୀରକୁ ତାଙ୍କ ସମର୍ଥକ ମାନେ ଶେଷ ଦର୍ଶନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଦଳର ବରିଷ୍ଠ ନେତା ଓ ସମର୍ଥକ ଶେଷ ଦର୍ଶନ କରିଛନ୍ତି । ଏହାପରେ ମୃତଦେହକୁ ନିଜ ଜନ୍ମ ସ୍ଥାନ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଓଡ଼ଙ୍ଗ ପଞ୍ଚାୟତ ସ୍ଥିତ ବାସଭବନକୁ ନିଆଯାଇଛି । ସେଠାରେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଭଦ୍ରକର ପୂର୍ବତନ ସାଂସଦ ଅର୍ଜୁନ ତରଣ ସେଠୀ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ୭୯ ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

ଅର୍ଜୁନ ଚରଣ ସେଠୀ ୧୯୪୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୧ରେ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ଏହାପରେ ସେ ୧୯୮୦ରେ ମଧ୍ୟ କଂଗ୍ରେସ ଟିକେଚରୁ ଏମପି ହୋଇଥିଲେ । ପରେ ୧୯୯୧ରେ ଜନତା ଦଳରୁ ସାସଂଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏହାପରେ ସେ ଲଗାତାର ଭାବେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସାଂସଦ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।ତେବେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.