Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ସାଂସଦ ଅନୁ ଟଣ୍ଡନ

29/10/2020 at 2:19 PM

ନୂଆଦିଲ୍ଲୀ ୨୯/୧୦: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ସାଂସଦ ଅନୁ ଟଣ୍ଡନ ଦଳରୁ ଇସ୍ତଫା ଦେଇଛନ୍ତି। ଉତ୍ତର ପ୍ରଦେଶ ଅନ୍ନାବରୁ ସେ ସାଂସଦ ରହିଥିଲେ। ଖୋଦ୍ ଅନୁ ଟ୍ବିଟ୍ କରି ଏ କଥା ଜଣାଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି।

ରାଜ୍ୟ ନେତୃତ୍ବରେ କୌଣସି ତାଳମେଳ ନ ରହିବାରୁ ତାଙ୍କୁ କାମରେ କିଛି ମାସ ହେବ ସାହାଯ୍ୟ ମିଳିଲା ନାହିଁ। ୨୦୧୯ ନିର୍ବାଚନ ହାରିବା ତାଙ୍କ ପାଇଁ ଯେତିକି କଷ୍ଟଦାୟକ ନ ଥିଲା ଏବେ ଦଳର କାର୍ଯ୍ୟକଳାପ ତାଙ୍କୁ ଖୁବ୍ ଦୁଃଖିତ କରିଛି। ରାଜ୍ୟର ନେତୃତ୍ବ ସୋସିଆଲ ମିଡ଼ିଆ ମ୍ୟାନେଜମେଣ୍ଟ ଓ ବ୍ୟକ୍ତିଗତ ବ୍ରାଣ୍ଡିଂରେ ଏତେ ଲୀନ ରହିଛି ଯେ ଦଳ ଓ ମତଦାତା ଅଲଗା ହେବାର ଚିନ୍ତା ମଧ୍ୟ ନାହିଁ।

ଏ ସବୁ ସତ୍ବେ ମଧ୍ୟ ସେ ଦଳରେ ରହିଲେ ଯେ ହୁଏତ ରାଜ୍ୟକୁ ଭଲ ନେତୃତ୍ବ ମିଳିବାର ଆଶା ରଖିଥିଲେ। ଏ ବାବଦରେ ସେ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କଲେ। ମାତ୍ର ଏ ନେଇ କୌଣସି ବିକଳ୍ପ ରାସ୍ତା ନ ବାହାରିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ଅନୁ। ସୂଚନାଯୋଗ୍ୟ ସେ ଦଳ ସହ ୧୫ ବର୍ଷ ଜଡ଼ିତ ଥିଲେ।

   Related Posts