କରୋନାରେ ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ

Published By : Prameya-News7 Bureau | May 25, 2021 IST

ଭଞ୍ଜନଗର ୨୫।୫: ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ । କରୋନା ସଂକ୍ରମିତ ହେବା ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ସେ ଭଞ୍ଜନଗର ନିକଟ ସାନକୋଦଣ୍ଡା ଗ୍ରାମରେ  ୧୯୩୯ ମସିହା ମେ’ ମାସ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ କଂଗ୍ରେସରୁ ୮୫ରୁ ୯୦ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାକୁ ଭଞ୍ଜନଗରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ସେ ଜଣେ ଭଲ ଅଭିନେତା ମଧ୍ୟ ଥିଲେ । ଓଡ଼ିଆ ଚଳଚିତ୍ର ମା’, କା’, ଅମଡ଼ା ବାଟ ଆଦିରେ ଅଭିନୟ କରିଥିଲେ । ଏହାସହ ସୁପରହିଟ୍ ହିନ୍ଦୀ ଚଳଚ୍ଚିତ୍ର ଭିଗେ ପଲକେରେ ରାଜବବର ଏବଂ ସ୍ମିତା ପାଟିଲଙ୍କ ସହ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ରାଜବବର ଏବଂ ସ୍ମିତା ପାଟିଲଙ୍କ ଅନୁରୋଧ କ୍ରମେ ବମ୍ବେ ଯାଇ ଦୁହିଁଙ୍କ ଅତିଥି ହୋଇଥିଲେ ।

ସେ  ୧୯୯୭ରୁ ୧୯୯୯ ମସିହା ଓରେଡା ନିଗମ ଅଧକ୍ଷ ଥିଲେ । ୧୯୯୭ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.